ହଇଜା ବ୍ୟାପିଥିବା ଗାଁର ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ବୁଗୁଡ଼ା :- ୨୮/୦୭ ) ବୁଗୁଡ଼ା ବ୍ଲକ ବି.କରାଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଦଦରାଖୋଲ ଗ୍ରାମର ଅନେକ ଲୋକ ହଇଜା ରୋଗର ଶିକାର ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଆଉ କେତେକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ପୁରୁଣା ଦଦରାଖୋଲରେ ହଇଜା ବ୍ଯାପିଥିବା ଖବର ପାଇ ଆଜି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସେହି ଗାଁକୁ ଯାଇ ସ୍ଥିତି ଅନୁଧ୍ଯାନ କରିଥିଲେ । ଏ ଅବସରରେ ମେଡିକାଲ ଟିମ୍ ସହ ଆଲୋଚନା କାଳରେ ଦୂଷିତ ପାନୀୟ ଜଳ ଏହାର କାରଣ ବୋଲି ଜଣାପଡିବା ପରେ ଗ୍ରାମରେ ଏକ ନଳକୂପ ଖୋଳିବା ସକାଶେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ବର୍ଷା ଦିନରେ ହଇଜା ବ୍ଯାପିବାର ସମ୍ଭାବନା ରହୁଥିବାରୁ ବୁଗୁଡା ଅଞ୍ଚଳର କେଉଁ କେଉଁ ଗ୍ରାମର ଅଧିବାସୀମାନେ ବିଶୁଦ୍ଧ ପାନୀୟ ଜଳ ପାଇ ନପାରି ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି ସେ ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ତାହାର ପ୍ରତିକାର ବ୍ଯବସ୍ଥା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *