ଆଜିର ମୁଖ୍ୟ ଖବର
ତାରିଖ: ୦୨.୦୪.୨୦୨୩, ରବିବାର
୧-ରାହୁଲ ଗାନ୍ଧୀ ଏକ କ୍ରାନ୍ତି, ସେ ସରକାର ହଲେଇଦେବେ । ଜେଲରୁ ବାହାରିବା ପରେ ବିଜେପି ଉପରେ ବର୍ଷିଲେ ସିଦ୍ଧୁ ।
୨-ଏପ୍ରିଲ ୧୧ ତାରିଖରୁ ସକାଳୁଆ ସ୍କୁଲ: ସକାଳୁ ୭ଟାରୁ ୧୧ଟା ୩୦ ଯାଏଁ ପାଠପଢା ।
୩-କୋଟିଆରେ ଉତ୍କଳ ଦିବସ ରାଜନୀତି । ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଉତ୍କଳ ଦିବସ ପାଳନ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ବିଜେପି ଓ ବିଜେଡି।
୪-ଟ୍ବିଟର୍ କିପରି ସାମ୍ନାକୁ ଆସେ ଜଣାପଡ଼ିଲା, ମସ୍କ ରିଲିଜ୍ କଲେ କୋଡ୍ ।
୫-କଟକ BSKY କାର୍ଡ ଜାଲିଆତି ଘଟଣା, ଦୁଇ ନର୍ସିଂହୋମକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ ।
୬-ତିନି ଦିନିଆ ଭାରତ ଗସ୍ତରେ ଆସିବେ ଭୁଟାନ ରାଜା ଜିଗମେ କେଶର ନାମଗ୍ୟାଲ ୱାଙ୍ଗଚୁକ୍। ସୋମବାର ସେ ଭାରତରେ ପହଞ୍ଚିବେ। ଭାରତ ଓ ଭୁଟାନ ମଧ୍ୟରେ ଅର୍ଥନୀତି ଓ ବିକାଶର ଦ୍ୱିପାଖିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଏହି ଗସ୍ତର ଲକ୍ଷ୍ୟ।
୮-ଓଡ଼ିଶାର ଉନ୍ନତି ହେଲେ ଭାରତର ବିକାଶ ହେବ: ଧର୍ମେନ୍ଦ୍ର ପ୍ରଧାନ ।
୯-୧୦୦ ବର୍ଷର ସ୍ୱତନ୍ତ୍ର ଓଡିଶାରେ ଆମେ ଗଢିବା ‘ଶ୍ରେଷ୍ଠ ଓଡିଶା, ସଶକ୍ତ ଓଡିଶା:ମୁଖ୍ୟମନ୍ତ୍ରୀ ।
୧୦-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅପରାହ୍ଣରେ ଜାପାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତକାଳରେ ‘ମେକ ଇନ୍ ଓଡ଼ିଶା’ ପାଇଁ ସେ ଜାପାନର ନିବେଶକଙ୍କୁ ନିମନ୍ତ୍ରଣ କରିବେ ।
୧୧-ପ୍ରଥମେ ଛଟେଇ ପରେ ଦରମା ହ୍ରାସ, ଏବେ କର୍ମଚାରୀଙ୍କୁ ଚା’ ଜଳଖିଆ ଦେବା ବନ୍ଦ କରିଦେଲା Google ।
୧୨-ବିଦେଶୀ କମ୍ପାନି ସହ ଆଦାନୀ ଗ୍ରୁପର ଡିଲ୍ ଉପରେ ସେବି କରୁଛି ତଦନ୍ତ, ବଢିପାରେ ଅଡୁଆ ।
୧୩-ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କଲେ ମୋଦୀ ।
୧୪-ପାକିସ୍ତାନ କୋର୍ଟରୁ ସମାପ୍ତ ହେଲା ରାଜଦ୍ରୋହ ଆଇନ, ଧାରା 124-A ରଦ୍ଦ ।
୧୫-ଗୋଟିଏ ସିଦ୍ଧୁକୁ ହତ୍ୟା କରାଗଲା, ଏବେ ଦ୍ବିତୀୟ ସିଦ୍ଧୁକୁ ବି ମାରିଦିଅ; ଜେଲରୁ ମୁକୁଳିବା ପରେ ବର୍ଷିଲେ ନବଜୋତ ।
୧୬-ଡିଏଲଏସ ନିୟମରେ କୋଲକାତାକୁ ୭ ରନରେ ହରାଇଲା ପଞ୍ଜାବ, ଚମକିଲେ ରାଜପ୍ରକାଶ ଏବଂ ଅର୍ଶଦୀପ ।
୧୭-ଇରାନରେ ହିଜାବକୁ ନେଇ କଡାକଡି ହେଲା ନିୟମ । ହିଜାବ ନପିନ୍ଧିଲେ ଜରିମାନା ସହ ଜେଲଦଣ୍ଡ ।
୧୮-ବିଗ ବି ଅମିତାଭ ବଚ୍ଚନଙ୍କୁ ଆଇପିଏସ ଅଧିକାରୀ କଲେ ଅନୁରୋଧ । ଠକ କମ୍ପାନୀଙ୍କ ପାଇଁ ବିଜ୍ଞାପନ ନକରିବାକୁ କହିଲେ ଆଇପିଏସ ବିସି ସଜ୍ଜନାରା।
୧୯-ଭୁବନେଶ୍ବରରେ ଚାଲିବ ମେଟ୍ରୋ ଟ୍ରେନ, ପାଣ୍ଡିଆନଙ୍କ ଅନୁଧ୍ୟାନ ପରେ ନବୀନ ଦେଲେ ଅନୁମୋଦନ ।
୨୦-୪୩ ଲକ୍ଷ କୃଷକଙ୍କୁ ‘କାଳିଆ’ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର ।
୨୧-IPL 2023: ଦିଲ୍ଲୀ ବିପକ୍ଷରେ ଲକ୍ଷ୍ନୌର ଏକତରଫା ବିଜୟ, ହିରୋ ସାଜିଲେ ମାର୍କ ଉଡ ଏବଂ ମେୟର୍ସ ।
୨୨-ଏପ୍ରିଲରୁ ଜୁନ୍ ସିଝିବ ସାରା ଓଡ଼ିଶା; ବର୍ଷା କମ୍, ଗ୍ରୀଷ୍ମପ୍ରବାହ ଅଧିକ ।
୨୩-ବଦଳିବ ରଥଦାଣ୍ଡ ଚେହେରା, ନିର୍ମାଣ ହେବ ଅସୁଲକିଆରି କଲଭର୍ଟ।
