ରଘୁନାଥପୁର ରେ ଘନଘନ ବିଦ୍ୟୁତ କାଟ। ଜନଜୀବନ ଅସ୍ତବ୍ୟସ୍ତ।
ରଘୁନାଥପୁର ତା ୨୨/୫-ପ୍ରଚଣ୍ଡଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ରାଜ୍ୟ ସରକାର ବିତ୍ୟୁତକାଟ ନ କରିବାପାଇଁ ବିଦ୍ୟୁତ ବିଭାଗ କୁ ନିର୍ଦେଶ ନାମା ଜାରିକରିଛନ୍ତି।ଏବେ ଗ୍ରୀଷ୍ମପ୍ରବାହରେ ସାରାରାଜ୍ୟ ଆଉଟିପାଉଟି ହେଉଥିବାବେଳେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବିଦ୍ୟୁତ ବିଭାଗ ସରକାର ଙ୍କ ନିୟମକୁ ଖାତିର ନକରି ନିଜ ମର୍ଜୀ ରେ ଘନଘନ ବିଦ୍ୟୁତ କାଟକରୁ ଥିବାରୁ ଏହି ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।କୈଣସି କାରଣନଥାଇ ଦିନତମାମ ଘଣ୍ଟାଘଣ୍ଟାଧରି ଧରି ବିଦ୍ୟୁତ କାଟ ହେଉଥିବାରୁ ଅସହ୍ୟଗୁଳିଗୁଳିରେ ଲୋକମାନଙ୍କ ବଞ୍ଚିବା କଷ୍ଟହୋଇପଡିଛି।ବିଦ୍ୟୁତକାଟ ଏହି ଅଞ୍ଚଳରେ ପ୍ରାୟତଃ ଦିନକୁ ୮ ଘଣ୍ଟାରୁ ଊର୍ଦ୍ଧସମୟ ହେଉଛି।ଜାହାକୁନେଇ ଚିନ୍ତା ରେ ଜନସାଧାରଣ।ଠିକ ଅଧିକ ଗ୍ରୀଷ୍ମ ପ୍ରବାହ ସମୟରେ ପ୍ରତି ଅଧଘଣ୍ଟା ବ୍ୟବଧାନ ରେ ଜାଣିସୁଣି ବିଦ୍ୟୁତ ବଚତ ପାଇଁ କାଟକରାଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ତେବେ ରଘୁନାଥପୁର ବିଦ୍ୟୁତ ବିଭାଗ କଣ ସରକାର ଙ୍କ ନିୟମବାହାରେ ନା ଅଧିକ ବିଦ୍ୟୁତ ବଚତ ପାଇଁ ସରକାର ଙ୍କ ସହିତ ଭିତିରି ସନ୍ଧିକରିଛି ବୋଲି ଜନସାଧାରଣ ପ୍ରଶ୍ନଉଠାଇଛନ୍ତି।ଅନ୍ୟପକ୍ଷରେ ଏହି ଘନଘନ ବିଦ୍ୟୁତକାଟ ସମ୍ପର୍କ ରେ କର୍ମଚାରୀ ମାନଙ୍କୁ ପଚାରିବାରେ ସେ ନିଜନାମ ଗୋପନରଖି କହିଛନ୍ତି ଅଞ୍ଚଳରେ ଅଧିକ ଏସିଚାଲିବାରୁ ଅଧିକଲୋଡପଡୁଛି ତେଣୁ ଆମକୁ ଅଧିକାରୀଙ୍କ ନିର୍ଦେଶ ଅଛି ଏପରି କାଟ କରିବାପାଇଁ।ଏପରି କାଟକଲେ ଜଣାପଡିବନାହିଁ ବିଦ୍ୟୁତ ମଧ୍ୟଅଧିକ ବଚତ ହେବ।ଘନଘନ ବିଦ୍ୟୁକାଟକୁ ଯଦି ବନ୍ଦକରାନଯାଏ ତେବେ ରଘୁନାଥପୁର ବିଦ୍ୟୁତ କାର୍ଯ୍ୟାଳୟ କୁ ଘେରାଉ କରାଯିବ ବୋଲି ବିଦ୍ୟୁତ ଉପଭୋକ୍ତା କମିଟି ଚେତାବନୀ ଦେଇଛି।
