ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ପୁରୀ- ତା. ୧୭.୧୦.୨୦୨୧- ଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ନିଳାଦ୍ରି ବେଳାଭୂମିରୁ ବାହାରି ଚକ୍ରତୀର୍ଥ ରୋଡରେ ଅବସ୍ଥିତ ଐତିହାସିକ ସମ୍ପର୍ଣ୍ଣ ଲକ୍ଷ୍ମୀନୃସିଂହ ଓ ଚକ୍ର ନାରାୟଣ ମନ୍ଦିର, ବଳରାମ ଦାସଙ୍କ ବାଲୁକା ରଥ ତିଆରି ସ୍ଥାନ, ବେଡି ହନୁମାନ, ବାଡି ନୃସିଂହ, ସୁନାର ଗୌରାଙ୍ଗ, ଇନ୍ଦ୍ରଦୁମ୍ନ ପୁଷ୍କରିଣୀ, ଗୁଣ୍ତିଚା ମନ୍ଦିର, ଦଶାବତାର ମଠ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ ଉକ୍ତ ସ୍ଥାନ ମାନଙ୍କର ମହାତ୍ମ ବିଷୟରେ ଆଲୋକପାତ କରିଥିଲେ । ପିଲା ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ବୁଦ୍ଧିଜିବୀ, ପର୍ଯ୍ୟଟକ ସମେତ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ସହାୟକ ଶିକ୍ଷକ ଶ୍ରୀ ସୋମନାଥ ଦାସ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶ୍ରୀ ଶାନ୍ତିରଞ୍ଜନ ମିଶ୍ର, ଶ୍ରୀ ସୁଶାନ୍ତ ପାତ୍ର, ଶ୍ରୀ ସତ୍ୟବ୍ରତ ସାହୁ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *