ହିନ୍ଦୁ ମୁସଲିମ ଭାଇ ଭାଇ

ପବିତ୍ର ଇଦ ପର୍ବ ଅବସରରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ବିରିତୋଳ ଗ୍ରାମପଞ୍ଚାୟତର ରସଲପୁର ଗ୍ରାମରେ ଏକ କବାଲି ଆସର ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସାଂସଦ ତଥା ସାଂସଦ ପାର୍ଥିନି ଡ଼ଃ ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଏକ ଭବ୍ୟ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରି କବାଲି ଆସରକୁ ଉଦଘାଟନ କରିଥିଲେ । ଏଭଳି କାର୍ଯ୍ୟକ୍ରମ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ପାଇଁ ଯଥେଷ୍ଟ ସହାୟକ ହେବ ବୋଲି ଅତିଥି ମାନେ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ଜିଲ୍ଲା ବିଜେଡି ଉପସଭାପତି ଅଶ୍ୱିନୀ ଦାସଙ୍କ ସହିତ ବହୁ ନେତା ଓ କର୍ମୀମାନେ ଯୋଗଦେଇ ବିରିତୋଳ ପଞ୍ଚାୟତବାସୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।ଏହି କବାଲି ଆସର ସମୟରେ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ମତୁଆଲା ହୋଇଉଠି ଥିଲେ ତାହା ଲୋକମାନଙ୍କୁ ବେଶ ଆନନ୍ଦର ଖୋରାକ ଯୋଗାଇ ଥିବାର ଲକ୍ଷ କରାଯାଇଥିଲା ।

Leave a Reply

Your email address will not be published. Required fields are marked *