ଆରମ୍ଭ ହେଲା ଏଚ .ପି .ଭି – ଜରାୟୁ ଗ୍ରିବା ଟୀକା ପ୍ରଦାନ
ଓଡ଼ଗାଁ – ତା ୦୬/୦୩/୨୬ ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ୧୪ ବର୍ଷର କିଶୋରୀ ଝିଅ ମାନକୁ ଜରାୟୁ ଗ୍ରୀବା ଟୀକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଟୀକାଦାନ କାର୍ଯ୍ୟକ୍ରମ କୁ ଭାରତର ଯସ୍ଵଶ୍ରୀ ପ୍ରଧାନମନ୍ତ୍ରୀ ମହ।ମ।ନ୍ୟ ନରେନ୍ଦ୍ର ମୋଦୀଙ୍କ କରକମଳରେ ଗତ ତା ୨୮-୦୨-୨୬ରି ତାରିଖଦିନ ଶୁଭାରମ୍ଭ କରାଯାଇଥିଲା । ଶରଣକୁଳ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଡେଣ୍ଟ ଡାକ୍ତର ତାପସ ରଞ୍ଜନ ସେନାପତିଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ଟୀକା କରଣ କାର୍ଯ୍ୟକ୍ରମରେ ଡାକ୍ତର ଅଭିଳାଷ ସାହୁ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଟୀକା ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର, ବିକାଶ ମଞ୍ଚର ସରୋଜ ପ୍ରଧାନ, ଚିତ୍ତରଞ୍ଜନ ମହାପାତ୍ର, ରଶ୍ମିରାଣୀ ସାହୁ, ବବିତା ସାହୁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ ଓ ପୂଜା ମାଝୀ ପ୍ରଭୁତି ସହଯୋଗ କରିଥିଲେ ।ଡାକ୍ତର ଅଭିଳାଷ ସାହୁ ଓ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଟୀକା ଗ୍ରହଣ ପାଇଁ ଆସିଥିବା ୧୪ ବର୍ଷର କିଶୋରୀ ଓ ସେମାନଙ୍କ ବାପା , ମାଆ ମାନକୁ ଏହି ଜରାୟୁ ଗ୍ରିବା ଟୀକାକରଣ ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ । ୧୪ ବର୍ଷର କିଶୋରୀଟିଏ ମାତ୍ର ଗୋଟିଏ ଟୀକା ନେବ ଯାହା ଫଳରେ ସେମାନଙ୍କର ଆଗାମୀ ଜରାୟୁ କର୍କଟ ଓ ଅନ୍ୟାନ୍ୟ ରୋଗର କୌଣସି ଆଶଙ୍କା ରହିବ ନାହିଁ । ଏହି ଟୀକା ର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନଥାଏ ।ଉପସ୍ଥିତ ସମସ୍ତ ଲୋକମାନଙ୍କୁ ସଚେତନତା କରିବା ସହିତ ଏହି ଟୀକା କରଣ କାର୍ଯ୍ୟକ୍ରମକୁ ତରାନିତ୍ଵ କରାଯିବ ବୋଲି ପ୍ରକାଶ କରିଥିଲେ । ଆଜି ମୋଟ ୩୮ ଜଣ କିଶୋରୀ ମାନଙ୍କୁ ଟୀକା ପ୍ରଦାନ କରାଯାଇଥିଲା ।
