କୁକୁର ମାଧ୍ୟମରେ ଜଙ୍ଗଲରୁ ଶିକାର

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ କଙ୍କଡ଼ାହାଡ଼ ପେଟ୍ରୋଲ ପମ୍ପ ନିକଟରୁ ୫ ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ।ଗିରଫ ଅଭିଯୁକ୍ତ ମାନେ ତେଲକୋଇ ଥାନା ପୁରୁଯୋଡ଼ା ଗାଁର ବିକ୍ରମ ମୁଣ୍ଡା, ଦିକୁଲ ମୁଣ୍ଡା, ଭରତ ମୁଣ୍ଡା, ସରୋଜ ମୁଣ୍ଡା ଏବଂ ତୁରାମ ମୁଣ୍ଡା। ସେମାନଙ୍କ ଠାରୁ ଗୋଟିଏ ସ୍କର୍ପିଓ, ମାରଣାସ୍ତ୍ର, ପ୍ରାୟ ୧୦ କିଲୋଗ୍ରାମର ବାରହା ମାଂସ, ଗୋଟିଏ ମଲା ଗୋଧିକୁ ଜବତ କରାଯାଇଛି।

ହିନ୍ଦୋଳ କୁଡ଼ିଆକାଟେଣୀ ଅଂଚଳରେ ଶିକାର କରି ସ୍କର୍ପିଓରେ ତେଲକୋଇ ଅଂଚଳକୁ ଯାଉଥିବା ବେଳେ ମାଡି ବସିଥିଲା ବନ ବିଭାଗ। ତେବେ ସବୁଠାରୁ ରୋଚକ କଥା ହେଲା ଯେ ଶିକାରୀ ମାନେ କୁକୁର ମାଧ୍ୟମରେ ବନ୍ୟ ଜନ୍ତୁ ଶିକାର କରୁଥିଲେ। ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର କୈଳାସ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *