ଡାକ୍ତର ହୋଇ ଗରୀବ ରୋଗୀଙ୍କ ସେବା କରିବି

କୋଣାର୍କ,୧୫.୦୫ ସାରା ଦେଶରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ପୁରୀ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ବିଦ୍ୟାଳୟ ଜବାହର ନବୋଦୟ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ଯ ଆସିଛି। ମୋଟ ୮୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପାସ ହାର ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ତନ୍ମଧ୍ୟରୁ ୨୦ ଜଣ ଏ୧ ଗ୍ରେଡରେ ପାସ କରିଛନ୍ତି। ୫୦୦ ରୁ ୪୯୨ ନମ୍ବର୍ ରଖି ୯୮.୪୦% ସହ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଜିଲ୍ଲା ସ୍ତରରେ ମଧ୍ୟ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଁ ସୌମ୍ୟ ଶୁଭମ୍ ସାହୁ। ଡେଲାଙ୍ଗ ମୁନିନ୍ଦା ଗ୍ରାମର ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ ସାହୁ ଓ ଶିକ୍ଷୟତ୍ରୀ ଟିକିନା ବେହେରାଙ୍କ ଏକମାତ୍ର ପୁତ୍ର ଶୁଭମ୍ ସ୍କୁଲ୍ ପାଠ ପରେ ଦୈନିକ ୪ ଘଣ୍ଟା ପରିଶ୍ରମ କରିବା ଓ ଛୁଟି ଦିନରେ ସମୟର ସଦୁପଯୋଗ କରି ପାଠ ପଢା ଶେଷ କରନ୍ତି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବାପା ମାଙ୍କ ପ୍ରେରଣା ପାଈ ସେ ନିଜର ଶ୍ରେଷ୍ଠ କୃତି ହାସଲ କରିଛନ୍ତି। ବାପା ମାଆଙ୍କ ଇଚ୍ଛା ଅନୁଯାୟୀ ସେ ଭବିଷ୍ୟତରେ ଜଣେ ଡ଼ାକ୍ତର ହୋଇ ଗରୀବ ରୋଗୀଙ୍କ ସେବା କରିବେ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ପିତାମାତା ମଧ୍ଯ ଖୁସି ଜାହିର କରିଛନ୍ତି।

Leave a Reply

Your email address will not be published. Required fields are marked *