ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା


ଭଦ୍ରକ, ୩୦/୭ – ଧାମନଗର ବ୍ଲକ ଅନ୍ତର୍ଗତ ବୟାଂଡ଼ିହ ପଂଚାୟତର ଶିବପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରବତ୍ସଳ ପ୍ରଧାନ ଶିକ୍ଷକ ଅଂଜନ କୁମାର ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମନୋଜ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧାମନଗର ଗୋଷ୍ଠୀ ଶିକ୍ଷାଧିକାରୀ ପିତାମ୍ବର ବାରିକ ମୁଖ୍ୟ ଅତିଥି ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭୀମସେନ ହୋ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଅବସରପ୍ରାପ୍ତ ଏବିଇଓ ନିରଂଜନ କର, ରାମଚନ୍ଦ୍ର ସାହୁ, ଶିକ୍ଷାବିତ୍ ବିନୋଦବିହାରୀ ପରିଡ଼ା, ନାରାୟଣଚନ୍ଦ୍ର ଯେନା, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଲେଙ୍କା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ରଂଜନ କୁମାର ପରିଡ଼ା, ପ୍ରାକ୍ତନ ସିଆରସିସି ରବିନ୍ଦ୍ର ପ୍ରଧାନ, ସଂଯୁକ୍ତା ବେହେରା, ଶିକ୍ଷକ ମନୋଜ କୁମାର ସିଂହ, ଧର୍ମେନ୍ଦ୍ର ବେହେରା, ଶଶିଭୂଷଣ ସେଠୀ, ଅଜୟ ନାୟକ, ମମତା ରାଉତ, ବିଳାସିନୀ ରାଉତ, ସୟଦା ଜେବା ଫାତେମା, ମାଣିକ ମାରାଣ୍ଡି ପ୍ରମୁଖ ଯୋଗଦେଇ ଶିକ୍ଷକ ଅଂଜନ ବେହେରାଙ୍କ ଛାତ୍ରବତ୍ସଳତା ଓ ନୀତିଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଖୁଂଟିଆ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ କେଶବ ଚନ୍ଦ୍ର ମହାରଣା ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ଉପହାର ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉତରୀୟ, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ମହାନ୍ତି ସ୍ୱାଗତଭାଷଣ ଦେଇଥିବାବେଳେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ବିଦାୟୀ କବିତା ପାଠ କରିଥିଲେ । ଶେଷରେ ଶିକ୍ଷକ କେଶବ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *