ଜୀବିକା ମିଶନ ସୁପରଭାଇଜର ବଦଳି ବାତିଲ ଦାବିରେ ଧାରଣା


ଭଦ୍ରକ, ୩୦/୭ – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଜୀବିକା ମିଶନ ସୁପରଭାଇଜର ମଞ୍ଜୁଲତା ନାୟକଙ୍କ ବଦଳି ବାତିଲ ଦାବିରେ ଆଜି ଆଠ ପଞ୍ଚାୟତ ମହିଳା ମହାସଂଘ ସଭାପତି ଓ ସମ୍ପାଦିକାମାନେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି । ଜୀବିକା ମିଶନ ବ୍ଲକ ପୋଗ୍ରାମ ମ୍ୟାନେଜର ପୀତବାସ ବିଶ୍ୱାଳଙ୍କ ଚକ୍ରାନ୍ତରେ ଶ୍ରୀମତୀ ନାୟକଙ୍କୁ ବନ୍ତ ବ୍ଲକକୁ ବଦଳି କରାଯାଇଛି ବୋଲି ଅଭିଯୋଗ କରି ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ପାଦିକା ମିନତୀ ଦାସ, ବୟାବନାପୁର ପଞ୍ଚାୟତ ସମ୍ପାଦିକା ବାସନ୍ତି ବେହୁରିଆ, ସଭାନେତ୍ରୀ ବନମା ବେହୁରିଆ, ଦକ୍ଷିଣବାଡ ସମ୍ପାଦିକା ମାଳତୀ ପାତ୍ର, ସରସଦା ସମ୍ପାଦିକା ଜ୍ୟୋସ୍ନାରାଣୀ ସାହୁ, ସଭାପତି ବୀଣାପାଣୀ ଜେନା, କୁରିଗାଁ ସଭାପତି ବାସନ୍ତିଲତା ଥାଟୋଇ, ସମ୍ପାଦିକା ଜ୍ୟୋତିରେଖା ସାମଲ, ନଗୁଆଁ ସମ୍ପାଦିକା ଉମାରାଣୀ ନାୟକ ଓ ନେରଡା ସଭାପତି ବୋଇତାଇ ପ୍ରମୁଖ ଧାରଣା ଦେଇଥିଲେ । ବଦଳି ବାତିଲ ନହେଲେ ଅନଶନ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *