ଖ୍ରୀଷ୍ଟିଆନ ହେଲେ ଏଠି ରୁହନାହିଁ ହିନ୍ଦୁ ହେଲେ ରୁହ।
କନ୍ଧମାଳ:-୨୬/୦୯ -କନ୍ଧମାଳ ଜିଲ୍ଲା ଉପଖଣ୍ଡ ବାଲିଗୁଡ଼ା ଅଧିନସ୍ଥ ମିଡ଼ିଆକିଆ ଗ୍ରାମ ପଞ୍ଚାୟତ ଲଦାମିଲା ଗ୍ରାମ ରେ ଦଳିତ ପରିବାର ଙ୍କୁ ଧର୍ମ ନାଁ ରେ ନିର୍ଯ୍ୟାତନା ଦେଇ ଏକ ଆଦିବାସୀ ସଂପ୍ରଦାୟ ଲୋକମାନେ ଧର୍ମ ବିରୋଧ କରୁଥିବା ଜଣାପଡିଛି। ଏହି ଦିଗରେ ଗତ ୨୦୦୮ ମସିହାରେ ଯେଉଁ ଧର୍ମ ଅବଲମ୍ବି ଖ୍ରୀଷ୍ଟିଆନ ପରିବାର କୁ ନିର୍ଯ୍ୟାତନା ତାଡନା ଦିଆଯାଇଥିବା ଦୀର୍ଘ ବର୍ଷ ପରେ ଦେଖିବାକୁ ମିଳିଛି ମିଡ଼ିଆକିଆ ଗ୍ରାମ ପଞ୍ଚାୟତ ର ଲଦାମିଲା ଗ୍ରାମ ରେ। କ୍ଷୋଭ ପରିତାପର ବିଷୟ ଧର୍ମ ନାଁ ରେ କିଛି ନିଜ ଗାଁ ରୁ ଖଳ ସଂପ୍ରଦାୟ ଲୋକ ୪ ପରିବାର କୁ ସଂପୂର୍ଣ୍ଣ ବାଛନ୍ଦ କରାଯାଇଥିବା ଜଣାପଡ଼ିଛି। ଏବଂ ୪ ପରିବାର ର ଘର ପୋଡ଼ି ଦେବା ଧର୍ମ ଶାସ୍ତ୍ର ବାଇବଲ କୁ ଚିରିବା ଓ ଘରର ହାଣ୍ଡି , କଂସା ବାସନ ସାମାନ ଘରୁ ଫୋପାଡି ଦେଇଥିବା ଅଭିଯୋଗ କରାଯାଇଛି। ଏହି କ୍ଷେତ୍ରରେ ଲଦାମିଲା ଗ୍ରାମ ରେ ଦୀର୍ଘ ଆଦ୍ୟ ବର୍ଷ ବର୍ଷ ରହି ଦଳିତ ପରିବାର ବସବାସ କରିଆସୁଥିଲେ। କୈଣସି କାରଣରୁ ସୂଚନା ପାଇ ସେମାନେ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟିଆନ ଧର୍ମ କୁ ଗ୍ରହଣ କରିଥିଲେ। ଯେହେତୁ ଖ୍ରୀଷ୍ଟିଆନ ଧର୍ମ ତାଙ୍କୁ ବହୁତ ଭଲ ଲାଗିଥିବାରୁ ଆମେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲୁ ବୋଲି ନିଜେ ମତ ପ୍ରକାଶ କରିଥିବା ଶୁଣିବାକୁ ମିଳିଛି। ଏହି ଦିଗରେ ଭାରତ ସରକାର ଙ୍କ ରିତିନିତି ନିୟମ ପ୍ରକାରେ ଜାତୀ ଧର୍ମ ନିର୍ବିଶେଷ ଏକ ସର୍ବସାଧାରଣ ଧର୍ମ ନିରୁପେକ୍ଷୋ ରାଷ୍ଟ୍ର ବୋଲି ଘୋଷଣା କରାଯାଇଥିବା ବେଳେ କିଛି ଅସାଧୁ ସଂପ୍ରଦାୟକ ଲୋକମାନେ ଖ୍ରୀଷ୍ଟିଆନ ଧର୍ମ କୁ ବିରୋଧ କରି ବିରୋଧୀ କରିବା ସହ ଗାଁରୁ ପିଇବା ପାଣି ଟୁ ଆରମ୍ଭ କରି କୈାଣସି ଗାଁ ର ଭଲମନ୍ଦ ରେ ବାଛନ୍ଦା କରିବା ରାସ୍ତା ଘାଟ ବନ୍ଦ୍ କରିବା ସେମାନଙ୍କୁ ବିତାଡ଼ିତ କରିବା ଏହା ଅପରାଧ ନୁହେଁ କି ?…. । ଏହି ନିରିହ ଦଳିତ ପରିବାର କ’ଣ ଭାରତ ର ନାଗରିକ ନୁହଁନ୍ତି କି ?… ବୋଲି କନ୍ଧମାଳ ଜିଲ୍ଲା ବାସୀ ଜିଲ୍ଲା ର ଆଇନ୍ ଜୀବି ବୁଦ୍ଧି ଜିବୀ ସମାଜ ସେବୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂଗଠନ ଟିମ୍ ଏହି କାର୍ଯ୍ୟ କୁ ଘୃଣା କରିବା ସହ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି। ଏହି ଦିଗରେ ଜିଲ୍ଲା ପ୍ରଶାସନ ଯେଉଁ ଖଳ ସଂପ୍ରଦାୟ ଲୋକ ମାନେ ଦଳିତ ପରିବାର କୁ ହଇରାଣ କରିଥିବା ବ୍ୟକ୍ତି ମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ୪ ପରିବାର ଦାବି କରିଛନ୍ତି। ଏବଂ ଯେଉଁ ୪ ପରିବାର ଅସୁବିଧା ସମ୍ମୁଖୀନ ହେଇଛନ୍ତି ସେମାନଙ୍କୁ ପ୍ରଶାସନ ତୁରନ୍ତ ନ୍ୟାୟ ଦେବା ପାଇଁ ଦାବି ହେଇଛି।
