ଯୁବ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ଦିଲ୍ଲୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ:- ନିର୍ଭିକ, ଅଦମ୍ୟ ସାହସୀ ଓ ଓଡିଶା ଗଣମାଧ୍ୟମ ର ବେସ ଚର୍ଚିତ ଚେହେଁରା ତଥା ନିଷ୍ଠାପର ଯୁବ ସାମ୍ବାଦିକ ଓ. ଟି. ଭି. ର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସ ଙ୍କ ନିକଟରେ ଅକାଳ ବିୟୋଗ ଯୋଗୁ ସମଗ୍ର ରାଜ୍ୟ ସ୍ତବ୍ଧ ହେବା ସହ ଗଭୀର ଶୋକର ଛାୟା ଖେଳି ଯାଇଥିବା ବେଳେ, ବିଭିନ୍ନ ସ୍ଥାନରେ ତାଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା,ତାଙ୍କ ସ୍ମୁତି ରେ ଦୀପ ଦାନ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ସନ୍ଧ୍ୟା ରେ (ରବିବାର )ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ର ହାଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଓଡିଶା ମିଡ଼ିଆ ଫୋରମ ଦିଲ୍ଲୀ ଏବଂ ପଲ୍ଲୀବାଣୀ ମିଶନ ଦିଲ୍ଲୀ ର ମିଳିତ ଆନୁକୂଲ୍ୟରେ ସ୍ବର୍ଗତ ଅରିନ୍ଦମ ଦାସ ଙ୍କ ପ୍ରତି ଭାବ ବିହ୍ଵଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରାରମ୍ଭରେ ଉପସ୍ଥିତ ସାମ୍ବାଦିକ ମନେ ସ୍ବର୍ଗତ ଦାସଙ୍କ ତୈଳଚିତ୍ର ରେ ପୁଷ୍ପର୍ଘ ଅର୍ପଣ କରିବା ସହ ତାଙ୍କ ଆତ୍ମା ର ସଦଗତି କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ନୀଳାଚଳ ସେବା ସଙ୍ଘ ତଥା ଶ୍ରୀ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବୀନ୍ଦ ପ୍ରଧାନ, ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସହ, ଜି. ଓଡିଶା ନିୟୁଜର ସମ୍ପାଦକ ଶ୍ୱାଶ୍ଵତ ପାଣିଗ୍ରାହୀ, ଦୈନିକ ଓଡ଼ିଆ ପ୍ରମେୟ ର ଦିଲ୍ଲୀ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ନିଗମାନନ୍ଦ ପୃଷ୍ଟି, ବରିଷ୍ଠ ସାମ୍ବାଦିକ ସଂଜୀବ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀନାରାୟଣ ବେବର୍ତ୍ତା, ପଲ୍ଲୀବାଣୀ ମିଶନର ଅଧକ୍ଷ ତଥା ସାମ୍ବାଦିକ ରାମଚନ୍ଦ୍ର ନାଥ, ଦିଲ୍ଲୀ ଓ. ଟି. ଭି. (O. TV)ରିପୋର୍ଟର ଶିବାନନ୍ଦ ରାଉତ, ଅର୍ଗସ ଟି. ଭି. ର ଦିଲ୍ଲୀ ରିପୋର୍ଟର ଗଗନ ବିଶ୍ୱାଳ, ନ୍ୟୁଜ 7.(News 7)ର ଦିଲ୍ଲୀ ରିପୋର୍ଟର ସବନାମ ଆଦେନି , ଜି. ଓଡିଶା ର ଦିଲ୍ଲୀ ରିପୋର୍ଟର ଲିପିକା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।
ରିପୋର୍ଟ- ଲକ୍ଷ୍ମୀନାରାୟଣ ବେବର୍ତ୍ତା।
