ଶ୍ରମ ସଂହିତା ବାତିଲ ଦାବିରେ ଆଇଏଫଟିୟୁର ପ୍ରତିବାଦ

କେନ୍ଦ୍ରର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସର୍ବଭାରତୀୟ ପ୍ରତିବାଦ

ଶ୍ରମ ସଂହିତା ବାତିଲ ଦାବିରେଶ୍ରମ ସଂହିତା ବାତିଲ ଦାବିରେ ଆଇଏଫଟିୟୁର ପ୍ରତିବାଦ ଆଇଏଫଟିୟୁର ପ୍ରତିବାଦ

ବ୍ରହ୍ମପୁର -(20/05/25) ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡ୍ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ସର୍ବ ଭାରତୀୟ ଶ୍ରମିକ ସଂଗଠନ, ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ଼ ୟୁନିଅନ୍ସ (ଆଇଏଫଟିୟୁ)ର ଜାତୀୟ କମିଟିର ଡାକରାରେ ଆଜି ସର୍ବ ଭାରତୀୟ ପ୍ରତିବାଦ ଦିବସ ଭାବେ ପାଳିତ ହୋଇଯାଇଛି I ଏହି କ୍ରମରେ ଇଫଟୁ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଆଜି ବ୍ରହ୍ମପୁର ଠାରେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି I

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ସମୁହକୁ ବିରୋଧ କରାଯିବା ସହ ଶ୍ରମିକ ବିରୋଧି ଓ କର୍ପୋରେଟ ସପକ୍ଷବାଦୀ ଚାଶ୍ରମ ସଂହିତାକୁ ବାତିଲ କରି ପୂର୍ବ ଶ୍ରମ ଆଇନ ଗୁଡିକୁ ଲାଗୁ କରିବାକୁ ଦାବି ହୋଇଛି I ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଏମକେସିଜି ମେଡିକାଲ କ୍ୟାମ୍ପସ ପରିସରରେ ବିଭିନ୍ନ ବର୍ଗର ଶ୍ରମିକ ଓ କର୍ମଚାରୀମାନେ ବିକ୍ଷୋଭ ମାଧ୍ୟମରେ କେନ୍ଦ୍ରର ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଗୁଡିକୁ ସମାଲୋଚନା କରି ବିଭିନ୍ନ ସ୍ଳୋଗାନ ଦେଇଥିଲେ I ଦେଶୀ ବିଦେଶୀ କମ୍ପାନୀମାନଙ୍କ ସୁପର ଲୁଟ୍ ପାଇଁ ମୋଦି ସରକାର ଦେଶର କୋଟି କୋଟି ଶ୍ରମିକ ଓ କର୍ମଚାରୀମାନଙ୍କ କଷ୍ଟାର୍ଜିତ ଶ୍ରମ ଅଧିକାରକୁ ଛଡେଇ ନେଇ ସେମାନଙ୍କୁ ଗୋତି ଶ୍ରମିକରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହା ବ୍ୟତୀତ ଆଉଟସୋର୍ସିଂ ଓ ସ୍କିମ କର୍ମଚାରୀଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ତଥା ସର୍ବନିମ୍ନ ମଜୁରି ମାସିକ ୨୬ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏଫଟିୟୁ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ପରିଛା, ଉତ୍ତମ ନାୟକ, ସ୍ୱାସ୍ଥ୍ୟ କର୍ମଚାରୀ ନେତା ବିଚିତ୍ର ସାହୁ, ନମିତା ନାୟକ, ଆଶୁତୋଷ ଘଡ଼ାଇ, ପୌର କର୍ମଚାରୀ ନେତା ରାହୁଲ ନାୟକ, ଟୁନା ରଥ,ସୁଜାତା ନାୟକ, ସୁରେନ୍ଦ୍ର ନାୟକ, ପ୍ରମୁଖ ନେତୃତ୍ୱ ନେଇଥିଲେ I

Leave a Reply

Your email address will not be published. Required fields are marked *