ଭାରତୀୟ ଡାକ ବିଭାଗ ଦ୍ଵାରା ଆଲୋକୀକରଣ

କାମାକ୍ଷାନଗର :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଙ୍କୁଆଳ ଠାରେ ଭାରତୀୟ ଡାକ ବିଭାଗ ଦ୍ୱାରା ମହିଳା ସଶକ୍ତିକରଣ ନିମନ୍ତେ ଭାରତ ସରକାରଙ୍କର ଏକ ନୂଆ ଯୋଜନା ମହିଳା ସମ୍ମାନ ସେଭିଂସ ସାର୍ଟିଫିକେଟର ଆଲୋକୀକରଣ ହୋଇଛି । ଏହି ଯୋଜନାର ବିଶେଷତ୍ୱ ହେଲା ଯେ କୌଣସି ମହିଳା ବା କନ୍ୟା 31.3.2025 ପୂର୍ବ ରୁ ନିଜକୁ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରାଇପାରିବେ। ସର୍ବନିମ୍ନ ଏକ ହଜାର ଟଙ୍କା ଓ ସର୍ବାଧିକ ଦୁଇଲକ୍ଷ ଟଙ୍କା ଜମା କରି ଏମ ଏସ ଏସ ସି ରେ ଖାତା ଖୋଲି ପାରିବେ । ଆକାଉଣ୍ଟ ଖୋଲିବା ଠାରୁ ଦୁଇ ବର୍ଷ ପରେ ସମ୍ପୂର୍ଣ ଜମା ରାଶି ଉଠାଇ ପାରିବେ। ଅବଧି ଶେଷ ହେବା ପୂର୍ଵ ରୁ ଏବଂ ଆକାଉଣ୍ଟ ଖୋଲିବା ର ଏକ ବର୍ଷ ପରେ ମଧ୍ୟ ଜମା ଟଙ୍କା ଉଠାଣ ର ମଧ୍ୟ ସୁବିଧା ରହିଛି ।ମହିଳାଙ୍କ ଦ୍ଵାରା ଏକାଧିକ ଆକାଉଣ୍ଟ ଓ ସର୍ବାଧିକ ଦୁଇଲକ୍ଷ ଟଙ୍କା ସୀମା ଭିତରେ ଏବଂ ଆକାଉଣ୍ଟ ଖୋଲିବା ର ତିନି ମାସ ପରେ ଆଉ ଗୋଟିଏ ଆକାଉଣ୍ଟ ଖୋଲି ପାରିବେ । ଏହି ଆକାଉଣ୍ଟ ର ସର୍ବାଧିକ ସୁଧ ହାର 7.5% ରହିଛି । ଅବଧି ସରିବା ପୂର୍ବରୁ ଉଠାଣ ବ୍ୟବସ୍ଥା କେବଳ ଜମାକାରୀ ଙ୍କ ମୃତ୍ୟୁ, ମାରାତ୍ମକ ରୋଗ ବ୍ୟାଧି ର ଚିକିତ୍ସା କ୍ଷେତ୍ରରେ ହୋଇପାରିବ । ଅବଧି ସରିବା ପୂର୍ବରୁ ତଥା ଆକାଉଣ୍ଟ ଖୋଲିବା ର ଛ ମାସ ପରେ ସୁଧ ହାର ର ଶତକଡା 2% କମ ସୁଧ ହାର ରେ ସମ୍ପୂର୍ଣ ଜମା ରାଶି ଉଠାଣ ହୋଇପାରିବ। ଏହି ବିଶେଷତା ସମ୍ବନ୍ଧ ରେ ଢେଙ୍କାନାଳ ପୋଷ୍ଟ ଅଫିସ ର ସୁପାରିଟେଣ୍ଡ ଜଗଦିଶ ଦାସ ସୂଚନା ଦେଇଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *