ଛୁଆ ହାତୀର ମୃତଦେହ ଉଦ୍ଧାର

ଗଞ୍ଜାମ- କନ୍ଧମାଳ ସୀମାବର୍ତ୍ତୀ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ସୋରଡା ରେଞ୍ଜ ଗାଜଲବାଡ଼ି ଅଧିନ ଗାଜଲବାଡ଼ି ଜଙ୍ଗଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି। ଛୁଆ ହାତୀ ଜନ୍ମ ହେଉଥିବା ବେଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ 15 ଦିନ ଧରି ସ୍ଥାନୀୟ ଅଞ୍ଚଳରେ 14 ଟିକିଆ ହାତୀ ପଲ୍ଲ ଜଙ୍ଗଲରେ ବୁଲା ବୁଲି କରୁଥିଲେ।ଆଜି ସକାଳୁ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଆଜି ଏକ ମା ହାତୀ ମୃତ୍ୟୁ ଛୁଆ ହାତୀ ଜନ୍ମ ଦେଇ ସେଠାରେ ହାତୀ ର ମୃତ୍ୟୁ ଦେହ ପଡିଥିବା ଦେଖିବାକୁ ପାଇଥିଲେ।ବର୍ତ୍ତମାନ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଜାରି ରଖିଛନ୍ତି ।

ରିପୋର୍ଟ- ଶିବ ଶଙ୍କର ପ୍ରଧାନ, ସୋରଡ଼ା।

Leave a Reply

Your email address will not be published. Required fields are marked *