ଇମ୍ରାନଙ୍କୁ ୮ ମାମଲାରେ ୮ ଜୁନ ପର୍ଯ୍ୟନ୍ତ ମିଳିଲା ଜାମିନ

ଇସଲାମାବାଦ,୨୩।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ତାଙ୍କୁ ୮ଟି ଭିନ୍ନ ଭିନ୍ନ ମାମଲାରେ ୮ଜୁନ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରାଯାଇଛି। ଅନ୍ୟପଟେ ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ବି ଅଲ କାଦିର ଟ୍ରଷ୍ଟ ମାମଲାରେ ଜାମିନ ମିଳିଯାଇଛି।

ଅଲ କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାଁଙ୍କ ପତ୍ନୀ ବୁଶରା ବିବିଙ୍କୁ ମେ ୩୧ ପର୍ଯ୍ୟନ୍ତ ଜାମିନ ମିଳିଛି। ଅନ୍ୟପକ୍ଷରେ, ଇମ୍ରାନଙ୍କୁ ବିଭିନ୍ନ ମାମଲାରେ ଜୁନ ୮ ପର୍ଯ୍ୟନ୍ତ ଜାମିନ ମିଳିଛି। ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦେଶରେ ବିରୋଧ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ଉପରେ ଆତଙ୍କବାଦ ମାମଲା ରୁଜୁ କରାଯାଇଥିଲା। ଗିରଫ ପରେ ଦେଶରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଥିଲା। ଏହି ଉତ୍ତେଜନା ପରେ ପାକିସ୍ତାନୀ ସେନା ସରକାରଙ୍କୁ ଇମ୍ରାନଙ୍କ ଉପରେ ଆର୍ମି ଆକ୍ଟ ଲାଗୁ କରିବାକୁ ଅନୁରୋଧ କରିଥିଲେ। ତେବେ ବିରୋଧ ସମୟରେ ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କ ବିରୋଧରେ ସରକାର ଆର୍ମି ଆକ୍ଟ ଲାଗୁ କରିବାକୁ ଅନୁମୋଦନ କରିଥିଲେ।

Leave a Reply

Your email address will not be published. Required fields are marked *