ମାର୍କ ଜୁକରବର୍ଗଙ୍କ ବଡ ଘୋଷଣା : ଏଣିକି ହ୍ୱାଟ୍ସଆପ୍ ରେ ପଠାଯାଇଥିବା ବାର୍ତ୍ତାକୁ କରିହେବ ଏଡିଟ୍

ହ୍ୱାଟ୍ସଆପ୍ ମେସେଜ୍ ଏଡିଟ୍ କରିବା ବୈଶିଷ୍ଟ୍ୟ : ହ୍ୱାଟ୍ସଆପ୍ ରେ ପଠାଯାଇଥିବା ମେସେଜ୍ ଏଡିଟ୍ କରିବାର ବିକଳ୍ପ ଆସିଛି। ମେଟା ସିଇଓ ମାର୍କ ଜୁକରବର୍ଗ ଏହା ଘୋଷଣା କରିଛନ୍ତି। କମ୍ପାନୀ କହିଛି ଯେ ବର୍ତ୍ତମାନ ହ୍ୱାଟ୍ସଆପ୍ ରେ ପଠାଯାଇଥିବା ବାର୍ତ୍ତା ମଧ୍ୟ ଏଡିଟ୍ ହୋଇପାରିବ ଯାହା କି ଅଗତରୁ ଉପଲବ୍ଧ ନଥିଲା। ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ରେ ଆପଣ ବର୍ତ୍ତମାନ ମେସେଜ୍ ଏଡିଟ୍
କରିପାରିବେ | ମେଟା ସିଇଓ ମାର୍କ ଜୁକରବର୍ଗ ଏକ ବଡ଼ ଘୋଷଣା କରିବାକୁ ଯାଇ ଏକ ଫେସବୁକ୍ ପୋଷ୍ଟରେ ଜୁକରବର୍ଗ ଲେଖିଛନ୍ତି ଯେ ଏଣିକି ଉପଭୋକ୍ତା ମାନେ ପଠାଯାଇଥିବା ହ୍ୱାଟ୍ସଆପ୍ ମେସେଜ୍ ଏଡିଟ୍ କରିବା ରେ ସକ୍ଷମ ହେବେ ।

ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ, ‘ବର୍ତ୍ତମାନ ଆପଣ ୧୫ ମିନିଟ୍ ପାଇଁ ହ୍ୱାଟ୍ସଆପ୍ ରେ ପଠାଇଥିବା ବାର୍ତ୍ତା ଗୁଡ଼ିକୁ ଏଡିଟ୍ କରିପାରିବେ ।’ ଏକ ହ୍ୱାଟ୍ସଆପ୍ ମେସେଜ୍ ଏଡିଟ୍ କରିବାକୁ ହେଲେ ଏଣିକି ଆପଣଙ୍କୁ ପଠାଇଥିବା ମେସେଜଟିକୁ ଦବାଇ ଧରି ରଖିବାକୁ ପଡିବ । ଏହା କରିବା ଦ୍ୱାରା ଆପଣଙ୍କୁ ମେସେଜ୍ ଏଡିଟ୍ କରିବା ବିକଳ୍ପଟି ଦେଖାଯିବ । ଫଳରେ ଆପଣ ମେସେଜ୍ ବା ବାର୍ତ୍ତାଟିକୁ ଏଡିଟ୍ କରିପାରିବେ । ପୂର୍ବରୁ ହ୍ୱାଟ୍ସଆପ୍ ରେ ମେସେଜ୍ ଲେଖିବା ସମୟ ରେ ଲେଖାଜନିତ ତ୍ରୁଟିକୁ ସଂଶୋଧନ କରିବାର କୌଣସି ବିକଳ୍ପ ନଥିବାରୁ ପୁନର୍ବାର ବାର୍ତ୍ତାଟିକୁ ଲେଖି ପଠାଇବାକୁ ପଡୁଥିଲା । ଏହି ବାର୍ତ୍ତା ସଂଶୋଧନ କରିବାର ବୈଶିଷ୍ଟ୍ୟଟି ଉପଲବ୍ଧ ହେବାପରେ ଉପଭୋକ୍ତାମାନେ ଲେଖା ଜନିତ ତ୍ରୁଟି ସଂଶୋଧନ କରିବାକୁ କିମ୍ବା ବାର୍ତ୍ତାଳାପରେ କିଛି ଆବଶ୍ୟକୀୟ ପ୍ରସଙ୍ଗ ଯୋଡିବାକୁ ଏକ ସୁଯୋଗ ପାଇବେ ।

Leave a Reply

Your email address will not be published. Required fields are marked *