ଦେଓଗାଁ ରେ ପବିତ୍ର ଦୋଳ ମେଲଣ
ଦେଓଗାଁ ରେ ପବିତ୍ର ଦୋଳ ମେଲଣ ।ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ରେ ଓଡ଼ିଶା ର ପ୍ରସିଦ୍ଧ ଶୈବପୀଠ କପିଳାସ ର ପାଦ ଦେଶ ରେ ଦେଓଗାଁ ଗ୍ରାମ ରେ ଦେଓଗାଁ ଗ୍ରାମ ରେ ବାରମାସରେ ତେର ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଏକ ଭାଇଚାରାର ପର୍ବ ରାଧା କୃଷ୍ଣଙ୍କ ମେଲଣ ଫାଲଗୁନ ଶୁକ୍ଲ ଦଶମୀ ଠାରୁ ପଞ୍ଚୁଦୋଳ ପର୍ଯ୍ୟନ୍ତ ପ୍ରତ୍ୟେକ ରାତ୍ରରେ ମହାସମାରୋହରେ ପାଳନ କରାଯାଇଅଛି। ମହାପ୍ରଭୁ ରାଧାକୃଷ୍ଣ ଙ୍କୁ ଏକ ସୁଶୋଭିତ ବିମାନ ରେ ବାଦ୍ୟ, ବାଣ, କୀର୍ତ୍ତନ ଓ ଲଉଡ଼ି ଖେଳ ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇ ଦ୍ବାର ପୂଜା କରାଯାଇଥାଏ। ପଞ୍ଚୁ ଦୋଳ ରାତ୍ରରେ ପ୍ରଭୁ ରାଧାକୃଷ୍ଣ ଙ୍କୁ ମଞ୍ଚ ଉପରେ ଝୁଲଣ କରାଯାଏ।

ଏହି କାର୍ଯ୍ୟକ୍ରମ କୁ ଦେଓଗାଁ ଗ୍ରାମ କମିଟି ଓ ସେବାୟତ ସଂଘ ପରିଚାଳନା କରିଥିଲେ। ସମସ୍ତ ଗ୍ରାମ ବାସୀ ମାନଙ୍କ ସକ୍ରୀୟ ସହଯୋଗ ହୋଇଥିଲା। ଦେଓଗାଁ ଗ୍ରାମ କମିଟି ସଭାପତି ଗୋବିନ୍ଦ ପତି, ସମ୍ପାଦକ ଗୁରୁ ଚରଣ ମହାପାତ୍ର ଓ କର୍ମକର୍ତ୍ତା ନିରଞ୍ଜନ ମହାପାତ୍ର, ପ୍ରହଲ୍ଲାଦ ମହାନ୍ତି, ଭାଗିରଥି ବେହେରା, ବିଦ୍ୟାଧର ସାହୁ,ବିଜୟ ଷଡ଼ଙ୍ଗୀ, ଅକ୍ଷୟ କୁମାର ରଣା, ସୁରେଶ ଚନ୍ଦ୍ର ମହାପାତ୍ର,ଟୁକୁ ପତି, ମନୋରଞ୍ଜନ ପତି ପ୍ରଭୁତି କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରୀୟ ସହଯୋଗ କରିଥିଲେ। ଜନସାଧାରଣ ଙ୍କ ମନୋରଞ୍ଜନ ପାଇଁ ଓଡ଼ିଶା ର ପ୍ରସିଦ୍ଧ ଅପେରା ବାଲେଶ୍ଵର ର ଚ୍ୟାଲେଞ୍ଜ ଅପେରା ଚତୁଦୋଳ ରାତିରେ ସାମାଜିକ ନାଟକ ମାଧବ ବୋହୂ ପଞ୍ଚୁ ଦୋଳ ରାତ୍ରରେ ନାଟକ ଲକ୍ଷେ ଶିବ ପୂଜି ପାଇଛି ଝିଅ ମଞ୍ଚସ୍ଥ ହେଉଥିଲା।ପ୍ରାୟ ପାଞ୍ଚ ହଜାରରୁ ଅଧିକ ଜନସମାଗମ ହୋଇଥିଲା ଓ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
