ଫୁଲବାଣୀ ସହରରେ,ଶାନ୍ତି ଶୃଙ୍ଖଳାରେ ସମାପ୍ତି ହେଲା ଶାରଦୀୟ ଦୁର୍ଗା ପୂଜା ।
ଫୁଲବାଣୀ, ତା ୦୪/୧୦/୨୦୨୫ ଫୁଲବାଣୀ ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳ। ସହିତ ସମାପ୍ତି ହୋଇଛି , ଶାରଦୀୟ ଦୁର୍ଗା ପୂଜା ।ସହରର ବିଭିନ୍ନ ସ୍ଥାନରେ ମା ଦୁର୍ଗାଙ୍କର ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା ମଣ୍ଡପ ଟିକୁ ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଇତି ମଧ୍ୟରୁ ଫୁଲବାଣୀ ବସଷ୍ଟାଣ୍ଡ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଅତି ଉଚ୍ଚକୋଟୀର ସ।ଜସଜ ହୋଇଥିବା ଦେଖିବାକୁ ମିଳିଛି ।ସେହିପରି ଗୋପବନ୍ଧୁ ଛକ ଠାରେ ଫୁଲବାଣୀ ଟେକସିଷ୍ଟାଣ୍ଡ ଦ୍ଵାରା ସଭାପତି ପପୁ ପ୍ରଧାନ,ସମ୍ପାଦକ ପ୍ରେମାନନ୍ଦ ଦିଗାଲ,ଉପ ସଭାପତି ବସୁ ପ୍ରଧାନ, କୁସାଧ୍ୟକ୍ଷ ଅ।ସିଫ୍ ହୁସେନ ଙ୍କ ନେତୃତ୍ୱରେ ସପ୍ତମୀ ରୁ ମାଦୂର୍ଗା ଙ୍କ ପୂଜା ଚାଲୁଅଛି ।ଏହି ଠାରେ ପୂଜା ଆରମ୍ଭହେବା ଦିନଠାରୁ ଭକ୍ତ ମାନଙ୍କ ପାଇଁ, ମିଠା ହାଲୁଆ, ମିଠା ଭାତ, ପ୍ରତି ଦିନ ଥଣ୍ଡା ଭକ୍ତଙ୍କ ବଣ୍ଟନ କରାଯାଉଛି ।ପୂଜା ମଣ୍ଡପ ବିଭିନ୍ନ ଆଲୋକରେ ସୁସଜ୍ଜିତ କରାଯାଇ ସତେକି ପୂଜା ମଣ୍ଡପ ସ୍ବର୍ଗ ରାଇଜ ସଦୃଶ ଲାଗୁଛି ।ଫୁଲବାଣୀ ସହରରେ , ମ।ଦିକୁଦା ଭବାନୀ ମାର୍କେଟରେ ମାଙ୍କ ଅତି ସୁନ୍ଦର୍ ପୂଜା ହେଉଅଛି ।ଏହିଠାରେ ପ୍ରତିଦିନ ଭଜନ ସମାରୋହ, ମେଲୋଡି କାର୍ଯ୍ୟ କ୍ରମ ଦେଖିବାକୁ ମିଳିଥିଲା । ଫୁଲବାଣୀ ମୁଚିସାହି ପାଖରେ ଟ୍ର।କ୍ଟର ମାଲିକ ସଂଘ ତରଫରୁ ମାଙ୍କ ପୂଜା ଆୟଜନ କରାଯାଇଥିଲା । ସ୍ଥାନୀୟ ପାୱାର ହାଉସ ଠାରେ ଅତିସୁନ୍ଦର୍ ଭାବରେ ମାଙ୍କ ପୂଜା ଆୟଜନ କରାଯାଇଥିଲା ।ଏହି ସବୁ ପୂଜା ମଣ୍ଡପ ଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋକରେ ସାଜସଜ୍ଜା କରାଯାଇଥିଲା ।ତାହା ରାତ୍ର ସମୟରେ ଇନ୍ଦ୍ରଦେବ ଙ୍କ ସରଗ ରାଇଜ ପରି ଲାଗୁଥିଲା । ନିଜେ ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଶ୍ରୀ ସ୍ବରୂପ କିଶନ ପ୍ରତି ପୂଜା ମଣ୍ଡପ ବୁଲି ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରୁଥିଲେ । ପୋଲିସ ର କଡ଼ାପହଁରା ଯୋଗୁଁ କୌଣସି ସ୍ଥାନରେ କୋୖଣସି ଅଘଟଣ ହେବାର ଖବର ନଥିଲା । ଏହି ଶାରଦୀୟ ଦୂର୍ଗା ପୂଜାକୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପ୍ରଶାସନ କଡ଼ା ନଜର ରଖିଥିବାରୁ ଫୁଲବାଣୀ ସହରରେ ଶାନ୍ତି ଶୃଙ୍ଖଳା ଭାବରେ ଦଶହରା ପୂଜା ହୋଇପାରିଲା । ବିଶେଷ କରି ଫୁଲବାଣୀ ଟାଉନ୍ ଥାନା ଅଧିକାରୀ ଶ୍ରୀ ସ୍ବରୂପ କିଶନ ମହଦୋୟ ଙ୍କୁ ଏହି ସବୁ କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ କରିଥିବାରୁ ସହରରେ ଧନ୍ୟବାଦର ପାତ୍ର ସାଜିଥିବା ସହର ବାସୀଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ।ଆସନ୍ତା ରବିବାର ଦିନ ଭସାଣି କାର୍ଯ୍ୟ କ୍ରମ ଥିବାର ଶୁଣିବାକୁ ମିଳୁଛି ।
