ପୁରୀରେ ପ୍ରାୟତଃ ନଥିଲା ଭାରତ ବନ୍ଦ ଡାକରାର ପ୍ରଭାବ
ପୁରୀ – ବାମପନ୍ଥୀ, କୃଷକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ପୁରୀରେ ଦେଖିବାକୁ ମିଳିନାହିଁ । କଂଗ୍ରେସ ଦଳ ବନ୍ଦ ଡାକରକୁ ସମର୍ଥନ କରିଥିଲେ ମଧ୍ୟ ପୁରୀରେ ସ୍ୱାଭାବିକ ଜୀବନଯାତ୍ରା ଚାଲୁ ରହିଛି । କେବଳ ପୁରୀ ଶରଧାବାଲି ବସଷ୍ଟାଣ୍ଡରେ ଆଜି ବସ ଚଳାଚଳ ବନ୍ଦ ରହିଥିବା ବେଳେ ରେଳଷ୍ଟେସନରେ ଆଜି ସକାଳୁ ରେଳ ଯାତ୍ରା କରିଛି । ଅନ୍ୟପକ୍ଷରେ ସହରରେ ଦୋକାନ ବଜାର ଖୋଲା ରହିଛି । ସେପଟେ ଅଟୋରିକ୍ସା, ଚାରିଚକିଆ, ଦୁଇଚକିଆ ଜାନ ମଧ୍ୟ ଚାଲୁରହିଛି । ସମୁଦ୍ରକୂଳରେ ମଧ୍ୟ ସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି।
