ଶ୍ରୀକ୍ଷେତ୍ର ଖଡୁରା ସମାଜ ପକ୍ଷରୁ ନୀଳଚକ୍ର ନଗର ସ୍ଥିତ ମାଳତୀ ଗାର୍ଡେନ ପରିସରରେ ଶ୍ରୀକ୍ଷେତ୍ର ଖଡୁରା ମହିଳା ସମାଜ ର ପ୍ରତିଷ୍ଠା ଉତ୍ସବ

ଶ୍ରୀକ୍ଷେତ୍ର ଖଡୁରା ସମାଜ ପକ୍ଷରୁ ନୀଳଚକ୍ର ନଗର ସ୍ଥିତ ମାଳତୀ ଗାର୍ଡେନ ପରିସରରେ ଶ୍ରୀକ୍ଷେତ୍ର ଖଡୁରା ମହିଳା ସମାଜ ର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସଭାପତି ସ୍ଵର୍ଣ୍ଣପ୍ରଭା ନାୟକ,ସମ୍ପାଦକ ମନିଷା ନାୟକ,ରାଜ୍ୟ ଉପ ସଭାପତି ପି କେ ନାୟକ,ଏସ ୟୁ କେ ଏସ ର ସଭାପତି ସୁରେଶ ଚନ୍ଦ୍ର ନାୟକ,ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ନାୟକ,ସଭାପତି ଗିରିଶ ଚନ୍ଦ୍ର ନାୟକ,ସମ୍ପାଦକ ଯୋଗେନ୍ଦ୍ର ନାୟକ,ସହ ସମ୍ପାଦକ ବାଳକୃଷ୍ଣ ନାୟକ,ଜିଲ୍ଲା

ସଭାପତି ନିରଞ୍ଜନ ନାୟକ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ।ଏହାପରେ ଶ୍ରୀକ୍ଷେତ୍ର ମହିଳା ଖଡୁରା ସମାଜର ସଭାପତି ସ୍ୱର୍ଣ୍ଣପ୍ରଭା ନାୟକ,ସମ୍ପାଦକ ମନିଷା ନାୟକ ଏବଂ କୋଷାଧ୍ୟକ୍ଷ ନିଯାଲିନ ନାୟକ ଙ୍କୁ ଉତ୍ତମ କାର୍ଯ୍ୟ ପାଇଁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ଶେଷରେ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *