ପୁରୀ ସମୁଦ୍ରରେ ଅଘଟଣ।

ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ବିଷାକ୍ତ ମାଛ କାମୁଡିଥିବା ଅଭିଯୋଗ କରିଛନ୍ତି ପର୍ଯ୍ୟଟକ। ଆହତ ପର୍ଯ୍ୟଟକ ହେଉଛନ୍ତି ରାୟଗଡ଼ାର ହୃଷିକେଶ ସାହୁ ଏବଂ ଖୋର୍ଦ୍ଧା ଅଞ୍ଚଳର ପ୍ରକାଶ କୁମାର ସାହୁ। ବିଷାକ୍ତ ମାଛ କାମୁଡିବା ଯୋଗୁଁ ଉଭୟଙ୍କ ପାଦରେ ଗଭୀର କ୍ଷତ ସୃଷ୍ଟି ହେବା ସହ ସମ୍ପୃକ୍ତ ସ୍ଥାନ କଳା ପଡ଼ିଯାଇଛି। ଚିକିତ୍ସା ପାଇଁ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଇବା ଆବଶ୍ୟକ ରହିଛି ବୋଲି ନିବେଦନ କରିଛନ୍ତି ପର୍ଯ୍ୟଟକ। ନଚେତ୍ ଆଗାମୀ ଦିନରେ ବିଷାକ୍ତ ମାଛ କାମୁଡାର ଶିକାର ହୋଇ ଏକାଧିକ ପର୍ଯ୍ୟଟକ ଆହତ ହେବାର ସମ୍ଭାବନା ରହିଛି।‌

Leave a Reply

Your email address will not be published. Required fields are marked *