ମାଲକାନଗିରି ଜିଲ୍ଲାରେ ଡି. ପି. ଏମ୍. ୟୁ ଆନୁକୁଲ୍ୟରେ ନିରନ୍ତର ବିକାଶ (ଏସ.ଡି.ଜି) କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି : ୨୭/୨ନିରନ୍ତର ବିକାଶ ର ବିଶ୍ଵ ସ୍ତରୀୟ ଲକ୍ଷ୍ୟ ୨୦୩୦ କୁ ଆଖି ଆଗରେ ରଖି ସ୍ଥିର କାରା ଯାଇଥିବା ୧୭ ଗୋଟି ମୂଖ୍ୟ ପ୍ରସଙ୍ଗ ସମ୍ପର୍କରେ ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଆବଶ୍ୟକୀୟ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ଯୋଜନା ଓପର୍ଯ୍ୟଲୋଚନା ବିଭାଗ(ଡି .ପି. ଏମ୍, ୟୁ) ବେଶ କିଛି ବର୍ଷ ଧରି କାର୍ଯ୍ୟରତ।ଏନେଇ ଆଗାମୀ ପିଢ଼ି ର ସକ୍ରିୟ ନାଗରିକ ଗଠନ ପ୍ରକ୍ରିୟାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା,ସଭା ଓ କର୍ମଶାଳା ମାନ ଆୟୋଜନ କରାଯାଉଛି ଯାହା ଶିକ୍ଷକ ଶିକ୍ଷାର୍ଥୀ ଓ ଅଭିଭାବକ ମହଲରେ ବେଶ୍ ଆଦୃତି ଲାଭ କରିଛି। ନିକଟରେ ଲଗାତାର ତିନିଦିନ ଧରି ଏନେଇ ପ୍ରାସଙ୍ଗିକ ତର୍କ , ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତା ସହ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରତିଯୋଗୀତା ଉଭୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ କରିଛନ୍ତି , ସଂସ୍ଥାର ଉପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ଦଳାଇ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦବର ପ୍ରଧାନ ଓ କାର୍ଯ୍ୟ।ଳୟର ସହକର୍ମୀମାନଙ୍କ ସହିତ ଏଥିରେ ଏକ ସାଧନ କର୍ମୀ ଭାବରେ ବିଶେଷ ସାହାଯ୍ୟ କରିଛନ୍ତି, ସ୍ଥାନୀୟ ସମାଜ ବିଜ୍ଞାନ ଅଧ୍ୟାପକ ଡଃସରୋଜ କୁମାର ଦାଶ, ପରିମଳ ଫାଉଣ୍ଡେସନ ତରଫରୁ ଆସିଥିବା କର୍ମୀ ରାଜାରାମ ଷଡ଼ଙ୍ଗୀ,, ବୁଟିଗୁଡ।ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖଣ୍ଡପ।ଣି ,ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାରମହାରଣା, ନିରଞ୍ଜନ ପଣ୍ଡା , ଶିକ୍ଷକ,ପ୍ରମୋଦ କୁମାର ସେନାପତି ଓ ସୁକାନ୍ତ କୁମାର ସାହୁ ପ୍ରମୁଖ।

ଖାଦ୍ୟ ପାନୀୟ ଓ ମଞ୍ଚା ପରିଚାଳନାର ସୁ ବ୍ୟବସ୍ଥା ମଧ୍ୟରେ ସୁନ୍ଦର ଭାବରେ ପ୍ରତିଯୋଗିତାମ।ନ କରାଯାଇ କୃତିପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଅତି ଆକର୍ଷଣୀୟ ସ୍ୱର୍ଣ୍ଣ , ରୌପ୍ୟ ଓ ବ୍ରୋଞ୍ଜ ମେଡାଲ ଓ ପ୍ରମାଣ ପତ୍ର ସହ ବହୁ ସାନ୍ତ୍ଵନା ମୂଳକ ପୁରସ୍କାର ମାନ ଅର୍ପଣ କରାଯିବା ସହକାର୍ଯ୍ୟକ୍ରମ ସମ୍ପର୍କିତ ସଫଳ ସୃଜନଉପସ୍ଥାପନ ଲଗିଁ ସ୍ଥାନୀୟ ଶିଳ୍ପୀ ଙ୍କୁ ମଧ୍ୟ ଉପଢୌକନ ପ୍ରଦାନ କରାଯାଇସମ୍ବର୍ଦ୍ଧିତ କରାଯାଇଥିଲା।ସମାଜ ଗଠନ ରଏହିଭଳି ମହତ୍ ଉଦ୍ଦେଶ୍ୟ ଗୁଡ଼ିକର ପ୍ରଚାର / ପ୍ରସାର ଓ ସଫଳ ରୂପାୟନ କରିବା କ୍ଷେତ୍ରରେ ନିଜର ସକ୍ରିୟ ସହଯୋଗ ଓ ଅବଦାନ ପ୍ରଦାନ ନିମନ୍ତେ ପ୍ରୋତ୍ସାହିତ କରାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଙ୍କ ସହ ବହୁ ଶିକ୍ଷା ଅନୁଷ୍ଠାନ ରୁ ଆସିଥିବା ଶିକ୍ଷକ / ଶିକ୍ଷୟିତ୍ରୀ ,ଅଧ୍ୟାପକ /ଅଧ୍ୟାପିକ। ଓ ଅଭିଭାବକ ମାନେ ଏଥିରେଯୋଗଦାନ କରି ଏହାର ବେଶ ପ୍ରସଂଶ।କରିଥିଲେ।

Leave a Reply

Your email address will not be published. Required fields are marked *