ନୂଆଦିଲ୍ଲୀ ରେ ସ୍ଵାଧୀନତା ଦିବସ ୨୦୨୪

ପୁରୀ ଚନ୍ଦନପୁର ଅନ୍ତର୍ଗତ ତଳଜଙ୍ଗ ଗ୍ରାମ ତଥା ଆୟୁଷ୍ମାନ ଅତୋଗ୍ୟ ମନ୍ଦିର, ପୁରୀ ସଦରର ଆଶାକର୍ମୀ ଶ୍ରୀମତୀ ସୁକାନ୍ତି ଜେନାଙ୍କୁ ବିଶେଷ ଅତିଥି ଭାବରେ ନୂଆଦିଲ୍ଲୀ ରେ ସ୍ଵାଧୀନତା ଦିବସ ୨୦୨୪ ପ୍ୟାରେଡ଼ ଦେଖିବାକୁ ନିମନ୍ତ୍ରଣ ମିଳିଛି l ଆଶାଦିଦି ସୁକାନ୍ତି ଜେନା ଦିଲ୍ଲୀ ଯିବା ପାଇଁ ଏକ ପତ୍ର ମଧ୍ୟମରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ପ୍ରକାଶ କରା ଯାଇଛି l ସମସ୍ତ ଗସ୍ତ ଖର୍ଚ୍ଚ ମଧ୍ୟ ଜାତୀୟ ସ୍ଵାସ୍ଥ୍ୟ ମିଶନ ବହନ କରିବେ l ୧୩ ଅଗଷ୍ଟରେ ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ l ଅନେକ ଥର ସେ କରିଥିବା ଜନହିତକାରୀ କାର୍ଯ୍ୟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନୀତ କରାଯାଇଛି। ଜାତୀୟ ସ୍ଵାସ୍ଥ୍ୟ ମିଶନର ଅନେକ ଯୋଜନା ଗୁଡ଼ିକୁ ସେ ଲୋକମାନଙ୍କ ପାଖେ ପହଞ୍ଚାଇଛନ୍ତି l ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା ଏବଂ ମାତୃ ଓ ଶିଶୁ ମାନଙ୍କ ସ୍ଵାସ୍ଥ୍ୟ ନିମିତ୍ତ ଥିବା ଅନେକ ଯୋଜନାର ସଫଳ ରୂପାୟନ ମଧ୍ୟ କରିଛନ୍ତି l ଓଡ଼ିଶାର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରୁ ଜଣେ ମାତ୍ର ଆଶା କର୍ମୀ ଭାବରେ ତାଙ୍କୁ ଏହି ନିମନ୍ତ୍ରଣ ମିଳିଥିବାରୁ ପୁରୀ ଜିଲ୍ଲାର ସମସ୍ତ ଆଶାଦିଦି ମାନେ ଅନେକ ଉତ୍ସାହିତ ହେବାସହ ଶ୍ରୀମତୀ ଜେନାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି l ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ଜାତୀୟ ସ୍ଵାସ୍ଥ୍ୟ ମିଶନର ପ୍ରକଳ୍ପ ପ୍ରବନ୍ଧକ ଟି ନାରାୟଣ ରାଓ, ଜିଲ୍ଲା ଆଶା ମ୍ୟାନେଜର ଅଶୋକ ସାହୁ ତାଙ୍କୁ ଶୁଭେଚ୍ଛା ଜଣଇଛନ୍ତି l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦନପୂରର ସମସ୍ତ କର୍ମକର୍ତ୍ତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

Leave a Reply

Your email address will not be published. Required fields are marked *