ଆଜି ୧୫ ଅଗଷ୍ଟ ୨୦୨୪ ସ୍ବାଧିନତା ଦିବସ
ଆଜି ୧୫ ଅଗଷ୍ଟ ୨୦୨୪ ସ୍ବାଧିନତା ଦିବସରେ ଅରଣ୍ୟ ଆଶ୍ରୟ ସଂଗଠନ ତରଫରୁ ପୁରୀ ସହରର ଉପକଣ୍ଠରେ ଅବସ୍ଥିତ ଷ୍ଟର୍ଲିଙ୍ଗ ରିସୋର୍ଟ ସହଯୋଗରେ ହୋଟେଲ ପରିସରରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା। ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ଡାଃ ସଂବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଷ୍ଟର୍ଲିଙ୍ଗ ରିସୋର୍ଟର ଜେନେରାଲ ମ୍ୟାନେଜର ଓ ଅନ୍ୟ ସଦସ୍ୟମାନେ ଓ ଅରଣ୍ୟ ଆଶ୍ରୟର ଉପ-ସଭାପତି ଦ୍ୱୟ ଶ୍ରୀଯୁକ୍ତ ଅକ୍ଷୟ ପ୍ରହରାଜ, ଶ୍ରୀଯୁକ୍ତ ସୌମେନ୍ଦ୍ର ନାୟକ, ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ ମିଶ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁଜିତ ମହାନ୍ତି, ପରାମର୍ଶଦାତ୍ରୀ ଶ୍ରୀମତୀ ସୁଦଶା ପଣ୍ଡା, କାର୍ଯ୍ୟକାରୀ ସଦସ୍ଯ ଶ୍ରୀଯୁକ୍ତ ଅମର ପଟ୍ଟନାୟକ, ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନି, ଶ୍ରୀଯୁକ୍ତ ଭଗବାନ ମିଶ୍ର, ଶ୍ରୀଯୁକ୍ତ ଉମେଶ ସାହୁ, ଶ୍ରୀମାନ ପ୍ରଦୀପ୍ତ ତ୍ରିପାଠୀ, ଶ୍ରୀମାନ ବିଶ୍ଵଜିତ ଲେଙ୍କା ଓ ସୁଶାନ୍ତ କୁମାର ନାୟକ ସମେତ ବହୁ ସଦସ୍ୟମାନଙ୍କ ସହଯୋଗରେ ସୁପରିଚାଳିତ କରାଗଲା।
