ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ବ୍ଲକ ର ସମସ୍ତ ବିଦ୍ୟାଳୟ ରୁ ୫୦ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀସହ ଅଭିଭାବକ ଙ୍କୁ ନେଇପରଜଙ୍ଗ ବଜାର ଠାରୁ ଏକ ଶୋଭାଯାତ୍ରାରେ ବହାରିବଜାର ପରିକ୍ରମା କରି ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ଆଦି ଏକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଡିଓ ବିନୋଦ ବିହାରୀ ବେହେରାଓ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀ ସଂମାତିଥ ଅତିଥି ଭାବେଉପସ୍ଥିତ ରହି କୃତିତ୍ଵ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ପୁରସ୍କାରସହ ମାନପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ ସିଆରସି ସି, କାର୍ଯ୍ୟଳୟର ସମସ୍ତ ସରକାରୀ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟର :-ପ୍ରକାଶ କୁମାର ପାତ୍ର।
