ସାହାରା ଇଣ୍ଡିଆରୁ ଜମାଧନ ଫେରସ୍ତ ଦାବିରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିରେ ଶୋଭାଯାତ୍ରା ଏବଂ ସ୍ମାରକପତ୍ର ପ୍ରଦାନ
ସାହାର କମ୍ପାନୀରେ ଠକେଇର ଶିକାର ହୋଇ ରାଜରାସ୍ତାକୁ ଆସିଛନ୍ତି ଜମାକାରୀ ଓ ଏଜେଣ୍ଟ । ନିଜର ଅଭାବ ଅସୁବିଧା ବେଳେ ହିଞ୍ଜିଳି ବ୍ରାଞ୍ଚ ଅଫିସରୁ ଟଙ୍କା ନପାଇ ହତାଶ ହୋଇଛନ୍ତି ଜମାକାରୀ ।ଜମାଧନ ନପାଇ ବହୁ ଅସୁବିଧାରେ ପରିବାର ଚଳାଉଛନ୍ତି । ରୋଗୀର ଔଷଧ ଖର୍ଚ୍ଚ କୁ କରୋନା କାଳରେ ଅର୍ଥର ଅଭାବ ପରିବାର ଚଳାଇବାରେ ଅସୁବିଧା ହୋଉଛି ।ଗୋଟିଏ ପଟେ ଦରବୃଦ୍ଧି ଅନ୍ଯପଟେ ଅର୍ଥ ଅଭାବରୁ ଭାରସମ୍ଯ ହରାଇଛି ଜମାକାରୀ । ନିଜର ଜମାଧନ ପାଇବା ପାଇଁ ବ୍ଯକୁଳ ହୋଇ ଅଫିସ ଆସିଲେ ନିରାଶରେ ଘରକୁ ଫେର ଜମାକାରୀ । ହିଂଜିଳି ଅଂଚଳରୁ ଲକ୍ଷ ଲକ୍ଷ ଜମାକାରୀ ଟଙ୍କା ଫେରସ୍ତ ନପାଇ ହିଞ୍ଜିଳି ସାହାରା କାର୍ଯ୍ଯାଳୟରୁ ହତାଶ ହୋଇରହିଛନ୍ତି ଜମାକାରୀ । ଆଜି ହିଞ୍ଜିଳିର ପୁର୍ତ୍ତ ବଙ୍ଗଳା ଠାରୁ ଜମାକାରୀମାନେ ଶୋଭାଯାତ୍ରାରେ ଆସି ନିଜର ଦାବି କରିଛନ୍ତି ଜମାଧନ ଟଙ୍କା ପାଇଁ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ହିଂଜିଳି ତହସିଲଦାରଙ୍କୁ ଆଜି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଉଭୟ ଜମାକାରୀ ଏବଂ ସାହାର ଅର୍ଥ ଲଗାଣ ସଂସ୍ଥାର ଏଜେଣ୍ଟ । ଏନେଇ ସାହାର ଇଣ୍ଡିଆ ଜମାକାରୀ ମଞ୍ଚର ଓଡିଶା ସଭାପତି , ହିଞ୍ଜିଳିର ସଭାପତି , ଏଜେଣ୍ଟ ଜମାକାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।
ରିପୋର୍ଟ :-ରଂଜିତ କୁମାର ପୋଲାଇ ହିଞ୍ଜିଳିକାଟୁ।
