ଅପରାଜିତା ଷଡ଼ଙ୍ଗୀ ଭିଜିଟ
“ୟୁଥ ଫର୍ ଆକ୍ସନ” ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ଆଜି ପୁରୀ ଜିଲ୍ଲା ଓ ପୌରାଂଚଳର କର୍ମକର୍ତ୍ତାଙ୍କ ଚୟନ କରାଯାଇଛି । ପୁରୀ ସହରର ସଂସ୍କୃତି ଭବନରେ ସଂସ୍ଥାର ଅଧ୍ୟକ୍ଷ ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ସମସ୍ତ ସଦସ୍ୟମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନୀତ କରିବା ସହ ସମାଜସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ କହିଥିଲେ । ବିଶେଷକରି ଆଜିର ଯୁବକମାନେ ବେରୋଜଗାର ହେଉଥିବାରୁ ସେମାନଙ୍କୁ ନିଯୁକ୍ତି ସହ ସେମାନେ ସମାଜରେ ଅସହାୟ , ଗରିବମାନଙ୍କୁ ସହଯୋଗର ହାତ ବଢଇବା ହେଉଛି ୟୁଥ ଫର ଆକ୍ସନ ସ୍ୱେଛାସେବୀ ସଂସ୍ଥାର ଲକ୍ଷ୍ୟ । ତେବେ ବିଜୁ ଯୁବ ବାହିନୀ ଏଭଳି ଏକ ସଂସ୍ଥା ଯାହା ଆଜି ଇତିହାସ ତଳେ ଲୁଚି ଯାଇଛି । ତେଣୁ ଆମର ସଂସ୍ଥା ସେଭଳି ହେବ ନାହି କି କୌଣସିଥିରେ ଆମର କର୍ମକର୍ତ୍ତାମାନେ କେବେ ପଛକୁ ହଟିବେ ନାହିଁ । କାରଣ ୟୁଥ ଫର ଆକ୍ସନ ହେଉଛି ଏକ ଅଣ ରାଜନୈତିକ ସଂସ୍ଥା । ଯାହାକି ରାଜନୀତିରୁ ଉର୍ଦ୍ଧରେ ରହି ଲୋକଙ୍କ ସେବା କରିବା ପାଇଁ ଶପଥ କରିଛି । ସେପଟେ ଏହି ସମାରୋହରେ ଯୋଗଦେଇ ସାଂସଦ ଅପରାଜିତା ପିପିଲି ଉପନିର୍ବାଚନକୁ ନେଇ ରଖିଛନ୍ତି ପ୍ରତିକ୍ରିୟା । ବିଜେପି ଉପରେ ଲୋକଙ୍କ ବିଶ୍ୱାସଭାଜନ ରହିଛି ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପନିର୍ବାଚନରେ ବିଜୟ ଲାଭ କରିବେ ବୋଲି କହିଛନ୍ତି । ତେବେ ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ହେବା ଦରକାର ମାତ୍ର ଏଥିରେ ସହରବାସୀଙ୍କ ସ୍ୱାର୍ଥ ଓ କ୍ଷେତ୍ରର ଇତିହାସକୁ ଗୁରୁତ୍ୱ ଦେଇ ବିକାଶ କରାଯାଉ ଯାହା ଫଳରେ ସରକାର ବିରୋଧର ସମ୍ମୁଖୀନ ହେବେ ନାହିଁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

