ନିଗମାନନ୍ଦ ହାଇସ୍କୁଲ ର ୧୯୯୦ ମସିହା ବ୍ୟାଚ ପକ୍ଷରୁ ୧୪ ତାରିଖ ରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ
ନିଗମାନନ୍ଦ ହାଇସ୍କୁଲ ର ୧୯୯୦ ମସିହା ବ୍ୟାଚ ପକ୍ଷରୁ ୧୪ ତାରିଖ ରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l (ଗୋପରେ ପୁଲୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ୫୧ ୟୁନିଟ ରକ୍ତ ସଂଗ୍ରହ )ଗୋପ :-/୧୪/୦୨/୨୫ ( ମୃତ୍ୟୁଞ୍ଜୟ ମହାପାତ୍ର) ୨୦୧୯ ମସିହା ଫେବୃଆରୀ ୧୪ ଦିନଟି ପୁଲୱାମାରେ ଶହୀଦ ହୋଇଥିବା ଭାରତମାତାର ବୀର ସୁପୁତ୍ରମାନଙ୍କ ଉଦ୍ଦେଶ୍ୟରେ “କଳାଦିବସ” ଭାବରେ ଦେଶରେ ସର୍ବବ୍ୟାପୀ ପାଳନ କରାଯାଏ । ତତସହିତ ଫେବୃଆରୀ ୧୪ତାରିଖ କୁ ଯୁବସମାଜରେ ପ୍ରେମର ଦିବସ ରୂପେ ମଧ୍ୟ ପାଳୁଛନ୍ତି l ପୁଲୱାମାରେ ଭାରତୀୟ ସେନା ଶହୀଦ ହେଲାପରେ ଗୋପ ନିଗମାନନ୍ଦ ହାଇସ୍କୁଲ ର ୧୯୯୦ ମସିହା ର ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ରୀ ଛାତ୍ରୀ ଙ୍କ ଦ୍ଵାରା ଶହୀଦ ଙ୍କ ପାଇଁ ସ୍ମୃତି ଚାରଣ କରାଯାଇଥାଏ l ଏଥର କିଛି ଭିର୍ନ୍ନ କରିବାକୁ ଯାଉଛନ୍ତି ଫେବୃଆରୀ ୧୪ ରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲେ l ଯେଉଁଥିରେ ୫୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଉକ୍ତ ଶିବିର କୁ ଗୋପ ବ୍ଲକ ର ସମସ୍ତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ସହାୟତା କରିଥିଲେ l ଆଜିର ଦିବସଟିକୁ ମନେପକାଇ ରାଷ୍ଟ୍ରବୋଧ ଜାଗ୍ରତ କରିବା ଏବଂ ରକ୍ତଦାନ ପରି ଏକ ପୁଣ୍ୟକାର୍ଯ୍ୟରେ କରି ଅନ୍ୟ ଜଣଙ୍କୁ ଜୀବନଦାନ ଦେବାରେ ସହାୟକ ହେବା । ଉଦ୍ଦେଶ୍ୟ: ସୁସ୍ଥ ମାନସିକତା, ସୁସ୍ଥ ଶରୀର ଏବଂ ସୁସ୍ଥ ପରିବେଶ ସମୃଦ୍ଧିର ପରିଚାୟକ । ଫେବୃଆରୀ ୧୪ ଶୁକ୍ରବାର ପ୍ରଥମେ ଶହୀଦ ଙ୍କ ଉଦେଶ୍ୟରେ ସ୍ମୃତିଚାରଣ ଓ ପ୍ରଦୀପ ଜ୍ବଳନ – ସକାଳ ୯ ଟାରୁ ସକାଳ ୯:୩୦ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ମଧ୍ୟରେ ରକ୍ତଦାନ ସମୟ – ସକାଳ ୯୩୦ ରୁ ଦିନ ୨ ଟା ପର୍ଯ୍ୟନ୍ତ ଚାଲିଥିଲା l ସଂଗୃହିତ ରକ୍ତ କୁ ପୁରୀ ବ୍ଲର୍ଡ ବ୍ୟାଙ୍କ କୁ ହସ୍ତାନ୍ତର କରାଯାଇଥିଲା l ଡକ୍ଟର ବିମଲ କୁମାର ସାହୁଙ୍କ ତତ୍ୟବଧାନ ରେ ରକ୍ତ ସଂଗ୍ରହ ହୋଇଥିଲା l ପ୍ରୀତିରଞ୍ଜନ ନାୟକ, ଜ୍ୟୋରୀମାୟୀ ମହାପାତ୍ର, ଅମିତି କୁମାର ପାଢ଼ୀ, ପ୍ରିୟାଂଶୁ ଭଞ୍ଜ ପ୍ରଭୁତି ବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ରକ୍ତ ସଂଗ୍ରହ କରାଯାଇଥିଲା lଏହି କାର୍ଯ୍ୟକ୍ରମ ଗୋପ ବ୍ଲକ ର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ଅଂଶଗ୍ରହ କରିଥିଲେ l ସେମାନଙ୍କ ମଧ୍ୟରୁ ଗୋପ ବିଡ଼ିଓ ଛବିରାଣୀ ସାହୁ, ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଜସ୍ମିନ ଆଫ୍ରୋଜ଼,ଗୋପ କଲେଜ ର ପୂର୍ବତନ ଅଧକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ମିଶନ ଶକ୍ତି ର ଗୋପ ବ୍ଲକ ସଭାନେତ୍ରୀ ମିନାକ୍ଷୀ ପୃଷ୍ଠି, ଗୋପ ଥାନା ଅଧିକାରୀ ପ୍ରଶାନ୍ତ ପଡ଼ିହାରୀ, ସମାଜସେବୀ କସ୍ତୁରୀବାଳା ସ୍ୱାଇଁ, ବରିଷ୍ଟ ଶିକ୍ଷାବିତ୍ ବିଭୁତି ଭୂଷଣ ପଟ୍ଟନାୟକ, ଅବସରପ୍ରାପ୍ତ ସେନାଧିକାରୀ ସତ୍ୟନାରାୟଣ ସେନାପତି, ତତସହିତ ଉତ୍ସର୍ଗ ପରିବାର ର ପ୍ରତିଷ୍ଠାତା ବିଷ୍ଣୁ ମୋହନ ପ୍ରଦାନ, ନିଃସ୍ୱାର୍ଥ ପରିବାର ସଭାପତି ରତ୍ନାକର ସେଠି, ଏଟିଏଚ ରକ୍ସ ଗ୍ରୁପ ଓଡିଶା, ସବୁଜ ସଂକଳ୍ପ, ସମ୍ବାଦ ପରିବାର ରାମଚଣ୍ଡୀ ଶାଖା ର ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l ଏହାକୁ ଗୋପ ନିଗମାନନ୍ଦ ହାଇସ୍କୁଲ ର ୧୯୯୦ ମସିହାର ଆଲୁମୁନି ର ସମ୍ପାଦକ ଭାବନି ଶଙ୍କର ସାମନ୍ତରାୟ ଓ ସଥିଗଣ ଙ୍କ ପ୍ରଚେଷ୍ଟା ରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା l
