୫ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ

ଆଜି ୫ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ସୋମବାର ଚୈତ୍ର-କୃଷ୍ଣ ଚତୁର୍ଦ୍ଦଶୀ ତିଥି ରେ ଶ୍ରୀବିଗ୍ରହମାନଙ୍କ
ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ ।ଏହା ଏକ ଗୁପ୍ତନୀତି ହୋଇଥିବାରୁ ଆପାତତଃ ଅପରାହ୍ନ ୫ଟା ଠାରୁ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଖସାପଡା ନିତି ଶ୍ରୀଜୀୟୁ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନିତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ।

Leave a Reply

Your email address will not be published. Required fields are marked *