ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ କଲିକତାରେ ଘଟିଥିବା ମୋମିତା ଗଣ ଦୁଷ୍କର୍ମ
ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ କଲିକତାରେ ଘଟିଥିବା ମୋମିତା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଆତ୍ମାର ସଦଗତି କାମନା କରି ଏକ କ୍ୟାଣ୍ଡେଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ନେତୃତ୍ୱରେ ମହିଳା ମୋର୍ଚାର କର୍ମୀମାନେ ସ୍ଥାନୀୟ ଥାନା ଛକ ଠାରେ କ୍ୟାଣ୍ଡେଲ ଶୋଭଯାତ୍ରା ମାଧ୍ୟମରେ ମୋମିତାଙ୍କର ଆତ୍ମାର ସଦଗତି କାମନା କରିଥିଲେ । କଲିକତାରେ ଘଟିଥିବା ମୋମିତା ଗଣ ଦୁଷ୍କର୍ମ ଘଟଣାରେ ସେଠାକାର ସରକାର ଦୋଷୀମାନଙ୍କୁ ଘଣ୍ଟ ଘୋଡାଉ ଥିବାରୁ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି ମହିଳା ମୋର୍ଚ୍ଚା ।
ଜଗତସିଂହପୁର ରୁ Rita ସାହୁ
