ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଇପୁର ନିକଟସ୍ଥ ମହାନଦୀ ଉପରେ ଜୟପୁର-କଟିକଟା ସେତୁ ଲୋକାର୍ପିତ

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଇପୁର ନିକଟସ୍ଥ ମହାନଦୀ ଉପରେ ଜୟପୁର-କଟିକଟା ସେତୁ ଲୋକାର୍ପିତ ହୋଇଛି । ଏହା ଦ୍ବାରା 10 ଟି ପଂଚାୟତ ରୁ ଉର୍ଦ୍ଧ୍ବ ପଂଚାୟତ ବାସୀ ଉପକୃତ ହେବା ସହିତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ସ୍ଥାନୀୟ ଜନସାଧାରଣ ମାନଙ୍କ ଦ୍ୱାର ଏହି ସେତୁ ଲୋକାର୍ପିତ କରାଯାଇଛି । ଯାହାଦ୍ୱାରା କି ମହାନଦୀ ଉତ୍ତର ପାର୍ଶ୍ଵରେ ଅବସ୍ଥିତ 10 ରୁ ଉର୍ଦ୍ଧ୍ବ ପଂଚାୟତ ବାସୀ ମାନେ ଉପକୃତ ହୋଇପାରିଛନ୍ତି । ବିଭିନ୍ନ ସମୟରେ ଏହି ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ଆଜି ଏହାର ଅନ୍ତ ଘଟିଛି । ଏହି ସେତୁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟ କୁ ଯାତାୟତ ପାଇଁ ସୁବିଧା ହୋଇଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଚାଷ ଓ ଗମନାଗମନ ପାଇଁ ଅଂଚଳ ବାସୀ ବେଶ ଖୁସି ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । 83 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଜୟପୁର-କଟିକଟା ସେତୁ । କ୍ରିଷ୍ଣାନନ୍ଦପୁର, ବିଶନପୁର, କନିମୁଳ ପଂଚାୟତ ସହିତ 10 ଟି ପଂଚାୟତ ର ପ୍ରାୟ 20 ହାଜର ରୁ ଉର୍ଦ୍ଧ୍ବ ଲୋକ ପୂର୍ବରୁ 10 ରୁ 12 କିଲୋମିଟର ବୁଲି ଗନ୍ତବ୍ୟ ସ୍ଥଳକୁ ଜିବାକୁ ପଡୁଥିଲା । ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯିବା ଠାରୁ ଆରମ୍ଭ କରି ରୋଗୀ ଟିଏ ମଧ୍ୟ ନେବା ପାଇଁ ବହୁ ଅସୁବିଧା ର ସମ୍ମୁଖିନ ହେଉଥିଲେ ଅଂଚଳ ବାସୀ । ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଦୀର୍ଘ ଦିନ ର ସ୍ୱପ୍ନ ଆଜି ପୂରଣ ହୋଇ ଥିବା ବେଳେ 10 ଟି ଅଧିକ ପଂଚାୟତ ବାସୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *