ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁଟୁଳି ବୈଶ୍ଯ ସମାଜ ର ତ୍ରି ଦିବସୀୟ ବାର୍ଷିକ ସମ୍ମିଳନୀ ଉଦଯାପିତ

ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁଟୁଳି ବୈଶ୍ଯ ସମାଜ ର ତ୍ରି ଦିବସୀୟ ବାର୍ଷିକ ସମ୍ମିଳନୀ ଉଦଯାପିତ ଓଡ଼ିଶା ର *ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁଟୁଳି ବୈଶ୍ଯ ସମାଜ* କେନ୍ଦୁପାଟଣା ମଣ୍ଡଳର ତ୍ରୀଦିବସୀୟ ବାର୍ଷିକ ସମ୍ମିଳନୀ କେନ୍ଦୁପାଟଣା ର ଚମ୍ପତି ପାଟଣା ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ କେନ୍ଦ୍ରୀୟ ସଭାପତି ସମ୍ମାନୀୟ *ଶ୍ରୀ ଯୁକ୍ତ ରଶ୍ମିକାନ୍ତ ସାହୁ* ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚଳିତବର୍ଷ ଏପ୍ରିଲ ମାସର ଛଅ ତାରିଖ ଠାରୁ ଆଠ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିବସ ଓ ଦ୍ବିତୀୟ ଦିବସରେ କେନ୍ଦ୍ରୀୟ ଉପସଭାପତି ଶ୍ରୀ ଯୁକ୍ତ ଗୋବର୍ଧନ ନାୟକ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା ହୋଇଥିବା ବେଳେ ଦ୍ବିତୀୟ ଦିବସର ରାତ୍ରରେ ଓ ତୃତୀୟ ଦିବସ ରେ କେନ୍ଦ୍ରୀୟ ସଭାପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ଶ୍ରୀ ଶ୍ରୀ ସତ୍ୟ ନାରାୟଣଙ୍କୁ ଭୋଗ ସମର୍ପଣ ସହ ପୋଥି ପାଲା ଅନୁଷ୍ଠିତ ହୋଇଥିଲା।କେନ୍ଦ୍ର ଅଧୀନ ର ସମସ୍ତ 7 ଥାନ ର ସଭାପତି , ସମ୍ପାଦକ, କାର୍ଯ୍ୟ କାରୀ କମିଟିର ସଦସ୍ୟମାନେ ଓ ମାଆ ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ଉଦ୍ ଯାପନ ସମାରୋହ ତୃତୀୟ ଦିବସ ଅପରାହ୍ନ ରେ କେନ୍ଦ୍ରୀୟ ସଭାପତି ଶ୍ରୀ ଯୁକ୍ତ ରଶ୍ମୀ କାନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ବେଶ୍ଯ ସମାଜ ର ସଭାପତି ଶ୍ରୀ ଯୁକ୍ତ ରଘୁନାଥ ସାହୁ, ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ବୈଶ୍ଯ ସମାଜ ର ଉପସଭାପତି ଶ୍ରୀ ଯୁକ୍ତ କୈଳାସ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନୃସିଂହ ଚରଣ ଦାସ, କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ପ୍ରମୋଦ କୁମାର ସାହୁ, ଉପଦେଷ୍ଟା ଶ୍ରୀ ଯୁକ୍ତ ରାଧାକାନ୍ତ ସାହୁ, ଯାଜପୁର ମଣ୍ଡଳର ନେତୃତ୍ୱ ଯଗତ କୁମାର ନାୟକ ଓ ଅଜିତ କୁମାର ନାୟକ ମଞ୍ଚାସୀନ ହୋଇ ଉଦ୍ ବୋଧନ ଦେଇଥିଲେ। ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ଉପସଭାପତି ଗୋବର୍ଦ୍ଧନ ନାୟକ, ସଂଗଠନ ସମ୍ପାଦକ ସୁଶାନ୍ତ କୁମାର ପୃଷ୍ଟି ସଂଗଠନ ର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ କେନ୍ଦୁ ପାଟଣା ମଣ୍ଡଳ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ଶ୍ରୀ ଯୁକ୍ତ ହରିହର ସାହୁ ସଂଯୋଜନା କରିଥିଲାବେଳେ ଉପସଭାପତି ଶ୍ରୀ ଯୁକ୍ତ ଗୋବର୍ଦ୍ଧନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମାଟ୍ରିକ,+2 ଆର୍ଟସ୍, +2 ସାଇନ୍ସ, +2 କମର୍ସ +3 ଆର୍ଟସ୍, +3 ସାଇନ୍ସ ଓ +3 କମର୍ସ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ,ଟ୍ରଫି, ଆର୍ଥିକ ଅନୁଦାନ, ଓ ଫୁଲ୍ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ତିନିବର୍ଷ ପାଇଁ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ନିଖିଳ ଉତ୍କଳ ବେଶ୍ଯ ସମାଜ ର ସଭାପତି, ସାଧାରଣ ସମ୍ପାଦକ ପର୍ଯ୍ୟବେସିତ କରିଥିଲେ।ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁଟୁଳି ବୈଶ୍ୟ ସମାଜ ( କେନ୍ଦୁପାଟଣା ମଣ୍ଡଳ ର) ନିର୍ବାଚନରେ ସଭାପତି ଭାବେ ସମ୍ମାନୀୟ ଶ୍ରୀ ଯୁକ୍ତ ରଶ୍ମିକାନ୍ତ ସାହୁ ନିର୍ବାଚିତ ହୋଇଥିଲେ ।ଉପସଭାପତି 1 ଶ୍ରୀ ଯୁକ୍ତ ଗୋବର୍ଧନ ନାୟକ ଉପସଭାପତି 2 ଶ୍ରୀ ଯୁକ୍ତ ଅଲେଖ ମହାନ୍ତି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ , ସଂଗଠନ ସଂପାଦକ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ପୃଷ୍ଟି, ଯୁଗ୍ମ ସମ୍ପାଦକ ଶ୍ରୀ ଯୁକ୍ତ ଶ୍ରୀନିବାସ ପୃଷ୍ଟି , କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ଅଶୋକ କୁମାର ସାହୁ, ଅଡିଟର ଶ୍ରୀ ଯୁକ୍ତ ହରିହର ସାହୁ, କାର୍ଯ୍ୟକାରୀଣୀ ସଭ୍ୟ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ପୃଷ୍ଟି, ଶ୍ରୀ ଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ଶ୍ରୀ ଯୁକ୍ତ ଗଣେଶ ଚନ୍ଦ୍ର ସାହୁ ନିର୍ବାଚିତ ହୋଇଥିଲେ ।ପରେ ସମସ୍ତ ଥାନ କୁ ଉଖୁଡା ଭୋଗ ବଣ୍ଟନ କରାଯାଇ ସଭା କାର୍ଯ୍ୟ ଉଦ୍ଜାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *