ଶିବରାତ୍ରିରେ ଜଟଣୀ ତୃତୀୟ ପଥ ଉତ୍ସବ ଅନୁଷ୍ଠିତ
ଜଟଣୀ ତା ୧୬-୨-୨୬ ଜଟଣୀ ସହର ସ୍ଥିତ ହରିଭାଇନା ଛକରୁ ମହୁଲଗୁଡ଼ିଆ ଛକ ରାଜପଥରେ ତୃତୀୟ ପଥ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବ ପବିତ୍ର ମହାଶିବରାତ୍ରି ଦିନ ହେଉଥିବାରୁ ସ୍ୱତନ୍ତ୍ର ଭାବେ ଦେବ ଦେବ ମହାଦେବଙ୍କୁ ଉତ୍ସର୍ଗ କରାଯାଇଥିଲା । ସେଥିପାଇଁ ୨୦ ଫୁଟର ଶିବମୂର୍ତ୍ତି ପୂଜା ପାଉଥିବାବେଳେ ବିରାଟକାୟ ବୃଷଭ ମୂର୍ତ୍ତି ଦେଖିବାକୁ ମିଳିଥିଲା । ସାରା ଅଞ୍ଚଳ ଶିବମୟ ଅନୁଭବ ହେଉଥିଲା । ଅଂଶ ଗ୍ରହଣ କରିଥିବା ଅନୁଷ୍ଠାନ ମାନେ ଶିବଙ୍କ ଉପରେ ଆଧାରିତ ଭକ୍ତି ସଂଗୀତ, କୁନି କୁନି ପିଲାଙ୍କ ଶିବ ପାର୍ବତୀ ନୃତ୍ୟ ଓ ଅଭିନୀତ ହୋଇଥିଲା। ହରିଭାଇନା ଛକ ଠାରୁ ମହୁଲ ଗୁଡ଼ିଆ ଛକ ପର୍ଯ୍ୟନ୍ତ ଏହି ଉତ୍ସବ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା । ବାଘ ନାଚ, ଘୋଡା ନାଚ,ସ୍କେଟିଂ,ଅଘୋରୀ ବାବାଙ୍କ ନୃତ୍ୟ , ଯୋଗ, କରାଟେ ସୁରକ୍ଷା ମଞ୍ଚ ର ସଚେତନତାଓ ପାଇକ ଆଖଡ଼ା,ତେଲିଙ୍ଗିବାଜା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଜଟଣୀ ବାସୀଙ୍କ ମନକୁ ମୋହିନେଇଥିଲା। ଏହି ପଥ ଉତ୍ସବ ଜଟଣୀ ବିକାଶ ପରିଷଦ ତତ୍ୱାବଧାନ ରେ କରାଯାଇଥିଲାବେଳେ ପଥ ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସଭାପତିତ୍ୱରେ ଉତ୍ସବର ଶୁଭ ଉଦଘାଟନ କରାଯାଇଥିଲା। ଡ ରୁଷି ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥ ଭାବେ କଂଗ୍ରେସନେତା ଡ଼ ସନ୍ତୋଷ କୁମାର ଜେନା ଯୋଗ ଦେଇ ଥିବାବେଳେ ସମ୍ମାନୀୟ. ଅତିଥି ଭାବେ ଡ଼ ଉମାକାନ୍ତ ପଟ୍ଟନାୟକ,ପୌରଉପାଧ୍ୟକ୍ଷା ଆରତି ରାଉତ, ସୁଦୀପ୍ତ ରାୟ ବିକାଶ ପରିଷଦର ସଭାପତି ସର୍ବେଶ୍ୱର ସୁନ୍ଦରାୟ, କାର୍ଯ୍ୟକାରି ସଭାପତି କୈଳାସ ମହାପାତ୍ର, ସମ୍ପାଦକ ବିଜୟ କୁମାର ଛୋଟରାୟ, , ଥାନା ଅଧିକାରୀ ଷ୍ଟାଲିନ ବିଶ୍ୱାଳ, ଅଗ୍ନିଶମ ଅଧିକାରୀ ଲକ୍ଷ୍ମଣ ବେହେରା,ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା ଓ ମନୋଜ ନନ୍ଦ, ଡ଼ ଉମାକାନ୍ତ ପଟ୍ଟନାୟକ, ଲିଟୁ ରଞ୍ଜନ ରାଉତରାୟ ପ୍ରମୁଖ ମଞ୍ଚାସୀନଥିଲେ। ସମସ୍ତ ଅତିଥି ଏହି ଉତ୍ସବର ଆୟୋଜକଙ୍କଉଚ୍ଚ ପ୍ରଶଂସା କରିଥିଲେ । ବିଶ୍ୱ ରଞ୍ଜନ ବଡ଼ଜେନା କହିଥିଲେ କି ଏହା ଲୋକଙ୍କ ଉତ୍ସବ ଲୋକାରଣ୍ୟ ରୁ ଏହା ପ୍ରତିଫଳିତ ହେଉଛି। ଯୁବନେତା ସବ୍ୟସାଚୀ
