ମହାଶିବରାତ୍ରି ମହାବିନାୟକ ସାଂସ୍କୃତିକ ପରିଷଦ ଉତ୍ସବ ଉଦଘାଟିତ

ବଡ଼ଚଣା :ମହା ଶିବରାତ୍ରି ଜାଗର ଯାତ୍ରା ଅବସରରେ ପ୍ରସିଦ୍ଧ ଶୈବପୀଠ ମହାବିନାୟକ ଠାରେ ସାସ୍କୃତିକ ମହୋତ୍ସବ ଉଦଘାଟିତ ହୋଇଯାଇଛି।ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଉତ୍ସବକୁ ଉଦଘାଟନ କରି ଐତିହ୍ୟ କଳା ଓ ସଂସ୍କୃତିର ଜିଲ୍ଲା ଯାଜପୁର । ନୃତ୍ଯ, ସଙ୍ଗୀତରେ ପାରଦର୍ଶିତା କରିଥିବା ପ୍ରତିଭା ମାନଙ୍କୁ ଏହି ଭଳି ମଞ୍ଚରେ କଳା ନୈପୁଣ୍ୟ ପ୍ରଦର୍ଶିତ କରିବାର ସୁଯୋଗ ମିଳିଥାଏ ବୋଲି କହିଥିଲେ।ବଡଚଣା ବିଧାୟକ ଅମର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ପରିଷଦର ସଭାପତି ପବିତ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନି ସଭାରେ ସମ୍ମାନିତ ଅତିଥି ଭାବେ ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି ,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ସରପଞ୍ଚ ରଞନ କୁମାର ଦାସ, ଯଯାତି କେଶରୀ ରାଉତ ଯୋଗଦେଇଥିଲେ।ସାସ୍କୃତିକ ପରିଷଦର ସମ୍ପାଦକ ବିବରଣୀ ପାଠ କରିଥିବା ବେଳେ କମିଟିର ସଭ୍ୟା କାମିନୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କମିଟିର ସଭ୍ଯ ପ୍ରମୋଦ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଓଡିଶାର ସୁନାମଧନ୍ଯା ଗାୟୀକା ଇରା ମହାନ୍ତିଙ୍କ ସୁମଧୁର ସ୍ବରରେ ଭଜନ ପରିବେଷଣ ଉପସ୍ଥିତ ଦର୍ଶକ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *