ଜଟଣୀ ପୋଲିସକୁ ମିଳିଛି ଏକ ପୁର୍ଣ୍ଣ ସଫଳତା
ଜଟଣୀ ପୋଲିସକୁ ମିଳିଛି ଏକ ପୁର୍ଣ୍ଣ ସଫଳତା। ଆଇ ଆଇ ଟି ରୋଡରେ ଅତର୍କିତ ଚଢାଉ କରି ୬ ଜଣକୁ କାବୁ କରିପାରିଛି ଜଟଣୀ ପୋଲିସ। ତଲାସୀରେ ସେମାନଙ୍କ ନିକଟରୁ ମିଳିଲା ୩୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ, ୭ ଟି ମୋବାଇଲ୍, ଟ୍ରାଭେରା ଗାଡି ସହ ନଗଦ ୮,୪,୨୦୦ ଟଙ୍କା। ସମସ୍ତ ଅଭିଯୋଗ କାରି ମାନଙ୍କୁ ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଜଟଣୀ ପି ଏସ କେସ୍ ନଂ ୧୫୩୵୨୩ ୟୁ ୵ ଏସ ୨୦ {ବି} {ସସ} {ସି} ଏନ ଡି ପି ଏସ ଏକ୍ଟ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଛି। ଅଭିଯୁକ୍ତ ମାନେ ହେଲେ ବିରେନ୍ ପାଇକରାଏ, ବଡପୋଖରିଆ, ଖୋର୍ଦ୍ଧା, ଲକ୍ଷ୍ମଣ ସାହୁ, ବଦଭର୍ଦପୁର ନୟାଗଡ, ରାକେଶ କୁମାର ସିଂହ, ଓଳସିଙ୍ଗି, ଖୋର୍ଦ୍ଧା, ଚନ୍ଦ୍ରଶେଖର ଭଟ୍ଟାଚାର୍ଯ୍ୟ, କୁସୁମାଟି, ଜଟଣୀ, ସନ୍ତୋଷ ବେହେରା, ପାଣିଦୋଳ, ପିପିଲି, ଏବଂ ଶିବ ଦାସ, ବରଘର ପାଟଣା, ଖୋର୍ଦ୍ଧା।
