ବିଜେପି ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନୀଲକୁମାରଙ୍କ ପ୍ରାର୍ଥୀପତ୍ର ଦାଖଲ

ବ୍ରହ୍ମପୁର :-୨୧/୦୪ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର ଶ ଛତ୍ରପୁର ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମଧ୍ୟାହ୍ନରେ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହ ଗାନ୍ଧୀନଗର ସ୍ଥିତ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟ ଠାରୁ ବାହାରି ପ୍ରାର୍ଥୀପତ୍ର ଦାଖଲ ପାଇଁ ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମୁଳମନ୍ତ୍ରକୁ ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢ଼ିବ ।

ଗତ ଦଶ ବର୍ଷର ବିଶ୍ଵସନୀୟତା ଏବଂ ଆଗାମୀ ପାଞ୍ଚ ବର୍ଷରେ ଦେଶର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଛନ୍ତି, ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ବିଶ୍ୱାସକୁ ନେଇ ବିକଶିତ ଭାରତରେ ବ୍ରହ୍ମପୁରକୁ ସାମିଲ୍ କରିବାକୁ ଏଥର ବ୍ରହ୍ମପୁର ବାସୀ ମନ ବଳେଇ ସାରିଛନ୍ତି । ଏଣୁ ବ୍ରହ୍ମପୁର ବାସୀ ଭାରତୀୟ ଜନତା ପାର୍ଟିର ଉଭୟ ବ୍ରହ୍ମପୁର ସାଂସଦ ଏବଂ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର କହିଛନ୍ତି । ସକାଳେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ, ସୁକୁଣ୍ଡା ସ୍ଥିତ ନରସିଂହ ସ୍ୱାମୀ ଏବଂ ସଙ୍କଟ ମୋଚନ ହନୁମାନଙ୍କ ଆଶିର୍ବାଦ ନେଇ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ । ଏହି ଅବସରରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ,ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ବରିଷ୍ଠ ନେତା କାମନା ପାଢ଼ୀ,ପୀତବାସ ପଣ୍ଡା,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ,ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କେ.ଟୁଙ୍ଗୁରୁ ପାତ୍ର,ଧର୍ମରାଜ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କର୍ପୋରେଟର ସବିତା ସାହୁ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ମୋନିତା ଦାସ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା,ଜଗଦୀଶ ରାଓ,ଟି.ଗୋପି,ରଞ୍ଜିତ ପଟ୍ଟନାୟକ,ବଦ୍ରି ନାୟକ,ବିରେନ୍ ପଟ୍ଟନାୟକ,ପ୍ରଦୀପ ନାୟକ,ତିରୁମାଲା ରେଡ଼ୀ,ପ୍ରକାଶ ରାଓ,ଏଲ୍ ଗୋପି,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,ସୁଶାନ୍ତ ସାମଲ,ସୁଧାଂଶୁ ସେଠୀ,କେ.ଶାଇ କୁମାର,ଅହିଂସା ସାହୁ,ବିଷ୍ଣୁ ସୁବୁଦ୍ଧି,ରବୀନ୍ଦ୍ର ସାହୁ,ପ୍ରଦୀପ ମିଶ୍ର,ଚିତ୍ତରଞ୍ଜନ ସାହୁ,ପଦ୍ମ ଚରଣ ନାୟକ,କୁଞ୍ଜବିହାରୀ ପଣ୍ଡା,ମଦନ ସାହୁ,ଜଗନ୍ନାଥ ଜେନା,ଏସ୍.ଶ୍ରୀନିବାସ,ଟି.ରବି କିରଣ,ଜି.ରାଜେନ୍ଦ୍ର ପ୍ରସାଦ,ପ୍ରେମାଞ୍ଜଳି ପାତ୍ର,ସ୍ମିତାସ୍ନିଗ୍ଧା,ପ୍ରେମଶିଳା ନନ୍ଦ,ସୁବ୍ରତ ପାଳ,ତ୍ରିନାଥ ମହାପାତ୍ର,ଅନୁପ ପଣ୍ଡା,କମଲ୍ ପାତ୍ର,ଚିନ୍ମୟ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କୁ ନେଇ ପ୍ରାର୍ଥୀପତ୍ର ଦାଖଲ ପାଇଁ ଛତ୍ରପୁର ଯାଇଥିଲେ ।

Leave a Reply

Your email address will not be published. Required fields are marked *