ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଯୁବ ସମାଜସେବୀ କେ.ରମେଶ ଦୋରା

ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଯୁବ ସମାଜସେବୀ କେ.ରମେଶ ଦୋରା।କବିସୂର୍ଯ୍ୟନଗର:- ପଲ୍ଲିରୁ ଦିଲ୍ଲୀ ରାଜନୈତିକ ଉଷ୍ମତା ବେଶ୍ ରୋଚକ ଥିବା ବେଳେ ଗଞ୍ଜାମ ରାଜନୀତି ଉପରେ ସାରା ଓଡ଼ିଶା ନଜର। ଏଠି ଘଡିକେ ଘୋଡ଼ା ଛୁଟୁଥିବା ବେଳେ ଦିନକୁ ଦିନ ରାଜନୀତିକ ଚିତ୍ର ଭିନ୍ନ ମୋଡ଼ ନେଉଛି। ଯାହାକି କବିସୂର୍ଯ୍ୟନଗର ବିଧାନ ସଭା କ୍ଷେତ୍ରରେ ସେଇଭଳି ଚିତ୍ର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ର ଜୀବନରୁ ସମାଜସେବା ପ୍ରତୀ ବ୍ରତ୍ତି ଥିବା କେ. ରମେଶ ଦୋରା ବହୁ ବର୍ଷ ଧରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ବିଭିନ୍ନ ଦାୟିତ୍ୱରେ ରହି ଅନେକ ଛାତ୍ର ଆନ୍ଦୋଳନକୁ ଜୋରଦାର ପ୍ରଭାବଶାଳୀ କରି ଜିଲ୍ଲାରେ ଜଣାଶୁଣା। ତେବେ ଭାରତୀୟ ଜନତା ପାର୍ଟି ଆଦର୍ଶରେ ଅନୁପ୍ରାଣିତ ହୋଇ ସକ୍ରିୟ ରାଜନୀତିରେ ସାମିଲ୍ ହୋଇ ଜନସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଜନସେବାରୁ ଦୂରରେ ଥିବା ବ୍ୟକ୍ତିକୁ ପ୍ରାଥି ଚୟନ କଲାପରେ କେ.ରମେଶ ଦୋରା ନିଜ ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କ ମତାମତ ନେଇ ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦୀ କରିବାକୁ ମନ ସ୍ଥିର କରି ବେଗୁନିଆପଡ଼ା ବ୍ଲକ୍ ଧବଳେଶ୍ଵର ମନ୍ଦିର ଠାରୁ କବିସୂର୍ଯ୍ୟନଗର ହୋଇ ମାଆ ତାରାତାରିଣୀ ଦର୍ଶନ କରି ବିରାଟ ଶୋଭାଯାତ୍ରାରେ ସମର୍ଥକ ସହ ଛତ୍ରପୁର ଠାରେ ନାମାଙ୍କନ ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *