ହିସାବ କରୁଛି କାଳିଆ
ହିସାବ କରୁଛି କାଳିଆ
ରଜନୀକାନ୍ତ ରଥ,ରାଜନଗର, କେନ୍ଦ୍ରାପଡ଼ା।
ଚକା ଆଖି ମେଲି ବସିଛି କାଳିଆ
ଦେଖୁଛି କଣ ସବୁ ଚାଲିଛି।
ଗୋଟି ଗୋଟି କରି ହିସାବ କରୁଛି
ସେର ପୂରିବ ତା କେବେ।
କେତେ କୋଠା ବାଡି ଖାଉଛି
ଖଣି ଓ ପାଣି ଲୁଟୁଛି।
ମାସେ ନପୁରୁଣୁ ରାସ୍ତା ଘାଟ
ଧୋଇ ଯାଉ ଥିବା ହିସାବ ରଖୁଛି।
ଗାଡି ଘୋଡା ବ୍ୟାଙ୍କ୍ ବାଲାନସ୍
ପ୍ଲଟ ଓ ସୁନା ରୂପାର ହୀରା ଓ
କୋଠା ବାଡ଼ିର ହିସାବ ଦେଖୁଛି ।
ସରକାରୀ ଅର୍ଥ କିଏ କେତେ ଲୁଟୁଛି ତାର ବି ହିସାବ କରୁଛି।
ବିରାଡ଼ି ଆଖି ବୁଜି କ୍ଷୀର ପିଉଥିବା
ନଜର ରଖିଛି।
ମlଣ ପୁରିଗଲେ ହିସାବ ର ଫର୍ଦ୍ଦ
କାଳିଆ ବାହାର କରୁଛି।
କିଏ କେତେ ଅବା ଖାଉଛି
କାଳିଆ ସେ ସବୁ ଦେଖୁଛି।
ଠିକଣା ବେଳ ରେ ସବୁର ଗୁମର ଖୋଲୁଛି।
