ଭଦ୍ରକ ବାଇପାସ୍‌ର ଡାହାଣିଗଡ଼ିଆ ନିକଟରେ କଲ୍ୟାଣୀ ଜୁଏଲାରୀର ନୂତନ ଶୋ’ରୁମ ଉଦଘାଟିତ

ଭଦ୍ରକ, : ଭଦ୍ରକ ବାଇପାସ୍‌ର ଡାହାଣିଗଡ଼ିଆ ନିକଟରେ ନୂତନ ଭାବେ କଲ୍ୟାଣୀ ଜୁଏଲାରୀର ଏକ ଆଧୁନିକ ଶୋ’ରୁମ ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ବଲିଉଡ୍ ଅଭିନେତ୍ରୀ Karisma Kapoor ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଶୋ’ରୁମର ଉଦଘାଟନ କରିଥିଲେ।ଉଦଘାଟନୀ ଉତ୍ସବରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବ୍ୟବସାୟୀ, ଗ୍ରାହକ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ। କରିଷ୍ମା କାପୁର ଶୋ’ରୁମ ପରିଦର୍ଶନ କରିବା ସହ କଲ୍ୟାଣୀ ଜୁଏଲାରୀ ପକ୍ଷରୁ ପ୍ରଦର୍ଶିତ ବିଭିନ୍ନ ସୁନା, ହୀରା ଓ ରୂପା ଅଳଙ୍କାରର ପ୍ରଶଂସା କରିଥିଲେ।ଶୋ’ରୁମ କର୍ତ୍ତୃପକ୍ଷ କହିଛନ୍ତି ଯେ, ଭଦ୍ରକବାସୀଙ୍କୁ ଉନ୍ନତମାନର ଅଳଙ୍କାର ଓ ଉତ୍ତମ ଗ୍ରାହକ ସେବା ଯୋଗାଇବା ଲକ୍ଷ୍ୟ ନେଇ ଏହି ନୂତନ ଶୋ’ରୁମ ଆରମ୍ଭ କରାଯାଇଛି। ଉଦଘାଟନ ଅବସରରେ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ଅଫର ମଧ୍ୟ ଘୋଷଣା କରାଯାଇଥିଲା।କରିଷ୍ମା କାପୁରଙ୍କୁ ନିକଟରୁ ଦେଖିବା ପାଇଁ ଶୋ’ରୁମ ପରିସରରେ ବହୁ ସଂଖ୍ୟକ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ ଓ ଉଦ୍ଦୀପନାର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *