କାରଗିଲ ସହିଦ ଯବାନଙ୍କ ଉଦେଶ୍ୟରେ ଯୁବମୋର୍ଚ୍ଚା ପକ୍ଷରୁ ମସାଲ ଶୋଭାଯାତ୍ରା

।ପୋଲସରା :- ୨୬/୦୭ କାରଗିଲ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ମାତାର ସୁରକ୍ଷା ନିମନ୍ତେ ବଳିଦାନ ଦେଇଥିବା ବୀର ସହିଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଆଜି ଘୁମୁସର ଯୁବମୋର୍ଚ୍ଚା ପକ୍ଷରୁ ମସାଲ ଶୋଭାଯାତ୍ରା ପୋଲସରା ସହରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ରାଣିପଡା ବାଲୁଙ୍କେଶ୍ୱର ମନ୍ଦିର ଠାରୁ ଏହି ମସାଲ ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କ ପଥରେ ଯାଇ ଲୁଣିଘାଟି ପଡିଆ ଠାରେ ପହଞ୍ଚି ସହିଦ ଯବାନ ମାନଙ୍କ ବୀରତ୍ୱର ଗାଥା ଗାଇଥିଲେ। ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାଜେଶ ବିଶ୍ବାଳ,ଘୁମୁସର ଜିଲ୍ଲା ଜିଲ୍ଲା ଯୁବମୋର୍ଚ୍ଚା ମିଡ଼ିଆ ସେଲ୍ ସୁବ୍ରତ ବେହେରା, ଦିପକ ପୋଲାଇ, ରାଜେନ୍ଦ୍ର ପାତ୍ର, ରଘୁନାଥ ପଣ୍ଡା,ତପନ ସାହାଣୀ,ଏମ୍ ଚିନ୍ମୟ ରେଡି,ଦିତିକୃଷ୍ଣ ସ୍ବାଇଁ, ବିକାଶ ମହାନ୍ତି , ଜୟଦେବ ଜେନା,ଆକାଶ ନାୟକ, ମୁକେଶ ମଲ୍ଲ, ବିଦେଶୀ ସେଠୀ, ପବିତ୍ର ପାଢ଼ୀ,ଆଲୋକ ନାୟକ, ରଞ୍ଜିତ ପଢିଆରୀ, ରମେଶ ଦୋରା, ପ୍ରଶାନ୍ତ ପ୍ରଧାନ , ଅଜୟ ପ୍ରକାଶ ସାହୁ, ନୃସିଂହ ନାଥ ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ଖଟୁଆ, ଦୁର୍ଗାମାଧବ ପଣ୍ଡା, ସନ୍ତୋଷ ରାଉତ ସମେତ ଯୁବମୋର୍ଚ୍ଚା ର ଶତାଧିକ କର୍ମୀ ଓ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ମସାଲ ଶୋଭାଯାତ୍ରା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *