କେରଳ ରୁ ତାଲିମ ନେଇ ଫେରିଲେ ସି ଆର ସି ସି

ବ୍ରହ୍ମପୁର/ଧରାକୋଟ:-୦୪/୦୭ ମୋ ସ୍କୁଲ ଓ ଗଣଶିକ୍ଷା ବିଭାଗର ମିଳିତ ଉଦ୍ୟମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ୨୮ ଜଣ ସି ଆର ସି ସି କେରଳର କୋହିକୋଡ ଠାରେ ଥିବା ଆଇ ଆଇ ଏମ ପ୍ରତିଷ୍ଠାନ ରୁ ଦ୍ଵିତୀୟ ପର୍ଯ୍ୟାୟରେ ପାଞ୍ଚ ଦିନିଆ ମୋ ସ୍କୁଲ କୌଶଳ ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ନେଇ ଫେରିଛନ୍ତି । ଏହି ପ୍ରଶିକ୍ଷଣ ଶିବିର ରେ ଧରାକୋଟ ବ୍ଲକର ରୁଗୁମୁ କ୍ଲଷ୍ଟର ର ସି ଆର ସି ସି କାଳୁ ଚରଣ ଗୌଡ଼ ଯୋଗଦେଇଥିଲେ । ଭାରତୀୟ ପ୍ରବନ୍ଧ ପ୍ରତିଷ୍ଠାନ ତରଫରୁ ପ୍ରଫେସର ରୂପେଶ କୁମାର ପତି ଏହି ପ୍ରଶିକ୍ଷଣ ଶିବିର ର ପରିଚାଳନା ଦାୟିତ୍ଵ ତୁଲାଇଥିଲେ। ଏହି ଶିବିରରେ ପ୍ରଫେସର ସର୍ବଶ୍ରି ସୁଭାସିସ ଦେ, ରାଜେଶ ଉପାଧ୍ୟାୟ,ଦୀପ ସେଠୀ, ରୂପେଶ କୁମାର ପତି, ପ୍ରଣତିକା ରାୟ ଓ ମନୋଜ ଧଳ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ସି ଆର ସି ସି ମାନଙ୍କୁ ବିଦ୍ୟାଳୟ ପରିଚାଳନା, ବୈଷୟିକ ଜ୍ଞାନ କୌଶଳ ବିକାଶ, ନେତୃତ୍ୱ ର ବିକାଶ,ଗୁଣାତ୍ମକ ଶିକ୍ଷା , ପରିଚାଳନାଗତ ଦକ୍ଷତା ବୃଦ୍ଧି, ବସିକରଣ ସମ୍ବନ୍ଧୀୟ କୌଶଳ ପ୍ରଦାନ କରାଯାଇଥିଲା। ପ୍ରାଥମିକ ସ୍ତରରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ନୂତନ ପଦ୍ଧତି ରେ ଶିକ୍ଷାଦାନ କରିବା ଏହି ତାଲିମର ମୂଳ ଉଦ୍ଦେଶ୍ୟ । ପ୍ରକାଶ ଯୋଗ୍ୟ ସି ଆର ସି ସି କାଳୁ ଚରଣ ଗୌଡ଼ ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲେ । କେରଳରୁ ତାଲିମ ନେଇ ଫେରିବା ପରେ ବି ଇ ଓ କାର୍ଯ୍ୟଳୟ,ବ୍ଲକ ସି ଆର ସି ସି ସଂଘ ଓ କ୍ଲଷ୍ଟର ସ୍ତରର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସେ ନେଇଥିବା ତାଲିମ କୁ ସମସ୍ତ ବିଦ୍ୟାଳୟ ରେ ଉପଯୋଗ କରିବେ ବୋଲି ସି ଆର ସି ସି କାଳୁ ଚରଣ ଗୌଡ଼ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *