କେଶରୀୟା ହିନ୍ଦୁ ବାହିନୀ ହିନ୍ଦୁ ବୋର୍ଡ ତରଫରୁ ସାମ୍ବାଦିକ ସମିଳନୀ

ପବିତ୍ର ଶ୍ରୀକ୍ଷେତ୍ର ଧାମକୁ ସମ୍ପୂର୍ଣ ଆମିଷ ଓ ମଦ ମୁକ୍ତ ଅଞ୍ଚଳ ଘୋଷଣା ଆମର ଦାବି

ଆଜି ସର୍ବଭାରତୀୟ ସ୍ତରର ଧର୍ମୀୟ ସଙ୍ଘଠନ ‘କେଶରୀୟା ହିନ୍ଦୁ ବାହିନୀ ହିନ୍ଦୁ ବୋର୍ଡ ତରଫରୁ ପୁରୀ ସ୍ଥିତ ଭକ୍ତସାଲ ବେଗ ପୀଠରେ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି ଓ ତତ୍ପରେ ବଡଦାଣ୍ଡ ରେ ଶ୍ରୀମନ୍ଦିର ସମୁଖରେ Covid-19 ନିୟମାବଳୀ ମାନି ସାମୁହିକ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ କରାଯାଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଦିବା ୯ ଘଣ୍ଟା ୩୦ ମିନଟ ଠାରୁ ମଧ୍ୟାହ୍ନ ୧୨ଟା ୧୦ ମି ମଧ୍ୟରେ ସମାପନ କରାଯାଇଥିଲା।
ଏଥିରେ ସଙ୍ଘଠନ ର ସବୁ ସଦସ୍ୟ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀଯୁକ୍ତ ବିଜୟ ଦୁବେ, ଶ୍ରୀ ସଂଜୀବ ମିଶ୍ର ରାଷ୍ଟ୍ରୀୟ ପ୍ରଭାରୀ, ଦିଲୀପ ଦାଶ ରାଷ୍ଟ୍ରୟ ସମ୍ପାଦକ, ଶ୍ରୀ କୃତିବାସ ରଥ ରାଜ୍ୟ ଉପସଭାପତି, ଶ୍ରୀ ସ୍ୱାଧୀନ ମିଶ୍ର ସଚିବ, ଶ୍ରୀ ମତୀ ଳିନୁ ମିଶ୍ର ରାଷ୍ଟ୍ରୀୟ ସଙ୍ଘଠନ ମନ୍ତ୍ରୀ, ସୁବାସ ମିଶ୍ର, ଶ୍ରୀ ତାପସ ଦ୍ୱିବେଦୀ legal advisor, ଶ୍ରୀ ମତୀ ବିଦ୍ୟୁତ ଲତା ମହାନ୍ତି ମିଡ଼ିଆ ପ୍ରଭାରୀ, ସ୍ୱାତିସ୍ମିତା ମହାପାତ୍ର, ଲୋକନାଥ ନାୟକ, ଶ୍ରୀ ନିବାସୀ ସ୍ୱାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଦୟାନିଧି ପଣ୍ଡା ପୁରୀ ଜିଲ୍ଲା ସଚିବ ଯୋଗଦେଇ ଥିଲେ।

ଆଜିର କାର୍ଯ୍ୟକ୍ରମ ଆଇନ ଶୃଙ୍ଖଳା Covid-19 ନିୟମାବଳୀକୁ ମାନି କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି।

Leave a Reply

Your email address will not be published. Required fields are marked *