କିଡଜି ଭଦ୍ରକ ସ୍କୁଲର ବାର୍ଷିକୋତ୍ସବ
ଭଦ୍ରକ ସାମରାଇପୁର ପ୍ରାଚୀନଗରସ୍ଥିତ କିଡଜି ଭଦ୍ରକ ସ୍କୁଲର ଦ୍ଵାଦଶତମ ବାର୍ଷିକୋତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଅଟୋନୋମସ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ସେନା ଅଧିକାରୀ ସମରେନ୍ଦ୍ର ବିଶ୍ଵାଳ ଏବଂ ବାସୁଦେବପୁର ପାର୍ବତୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୌମ୍ୟରଞ୍ଜନ ସାମଲ ଯୋଗ ଦେଇଥିଲେ । ବିଦ୍ୟାଳୟର କୋଅଡିନେଟର ମମତା ରାୟଙ୍କ ଉପସ୍ଥିତିରେ ବରେଣ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରିବା ସହିତ ଏହି ଦୁଇ ଦିବସବ୍ୟାପୀ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଉତ୍ସବରେ ଶିକ୍ଷୟିତ୍ରୀ ସ୍ନେହାଞ୍ଜଳି ପଟ୍ଟନାୟକ, ଅର୍ଚ୍ଚନା ସେନାପତି, ମାନସୀ ନାୟକ, ସନ୍ଦୀପା ସାହୁ, ସ୍ଵୟଂପ୍ରଭା ଆରୋଣ, କ୍ଷିତିପ୍ରଭା ଦାସ, ସୁଚିସ୍ମିତା ମହାପାତ୍ର, ସଙ୍ଘମିତ୍ରା ରାଉତ, ସୁଜାତା ରାୟ, ଅନିମା ପତି, ଅନିମା ଲେଙ୍କା ଏବଂ ମାମାଲିସା ସାମଲ ସହଯୋଗ କରିଥିଲେ । କୁନିକୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ନୃତ୍ୟଗୀତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ ଉତ୍କର୍ଷତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମିତା ଧଳ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ,
