କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ କ୍ରୀଡା ଭିତ୍ତିଭୂମି ର ଉଦଘାଟନୀ

କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ କ୍ରୀଡା ଭିତ୍ତିଭୂମି ର ଉଦଘାଟନୀ ଓ ଶିଳାନ୍ୟାସ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଅଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ବାଲିଗୁଡା ମିନି ଷ୍ଟାଡିଅମ ଠାରେ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ର ଶିଳାନ୍ୟାସ କରିଛନ୍ତି l ବାଲିଗୁଡା ସହର ରେ କ୍ରୀଡା ର ବିକାଶ ପାଇଁ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ନିମନ୍ତେ ଛଅ କୋଟି ପଚାଶ ଲକ୍ଷ ଟଙ୍କା ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହି ଆଭାସୀ ଉଦଘାଟନୀ ସମାରୋହ ଉତ୍ସବ ରେ ବାଲିଗୁଡା ଉପଜିଲ୍ଲାପାଳ ରୀନା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ, ବାଲିଗୁଡା ଏନଏସି ଅଧକ୍ଷ୍ୟ ଗୋବିନ୍ଦ ପ୍ରଧାନ ସମେତ ବହୁ କ୍ରୀଡ଼ାବିତ ଉପସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *