ଋତୁରାଜ

  🖊️କବିରତ୍ନ ନୂତନ କୁମାର ବେହେରା

ବାତାୟନ ବାହାରେ ବାସ୍ନାୟିତ ବିଭୂତି
ବାସ ବିତରେ…ବିମୁଗ୍ଧେ ବିଭୋର ବିଭାବରୀ
ଦୃଶ୍ୟର ଦୃଶ୍ୟ ଦର୍ଶନେ ଦର୍ଶକଙ୍କୁ ଦିଏ ଦିହୁଡ଼ି
ତନୁତୀର୍ଥ ତଲ୍ଲୀନରେ ତରଙ୍ଗାୟିତ
ହୁଏ ହୃଦୟ…ହର୍ଷେ ହଜିଯାଏ ହେତୁ
ଫୁଲେ ଫୁଲେ ଫଗୁଣ ଫୁଟାଇ ଫୁଗୁ
ପ୍ରବେଶି ପ୍ରତ୍ୟକ୍ଷରେ ପରଶ ପ୍ରକାଶେ
ଋତୁରାଜ ଋଦ୍ଧିମନ୍ତ
ପ୍ରକୃତି ପ୍ରସାରେ ପ୍ରତିଭାର ପ୍ରଭା
ଆଭାରେ ଆଶ୍ଚର୍ଯ୍ୟ ଆଖିର ଆୟତନ
ଆସିଛି ଆଗନ୍ତୁକ ଆଶା ଆକାଂକ୍ଷା
ଦଇବ ଦୂରାଇ ଦିଅନ୍ତି ଦୁଃଖର ଦୟନୀୟତା
ଦରଦେ…ଦ୍ରବିଭୂତେ ଦବେ ଦାରିଦ୍ର୍ୟତା
ଜଗତେ ଜୀବନ ଜଞ୍ଜାଳ ଜଟିଳ
ସରଳେ ସହଜ…ସୁଧାରେ ସମୟର ସଂକଟ
ଶୀତର ଶୀତଳତା ଶିଘ୍ରେ ଶେଷ
ହୋଇ ହସାଏ …ହନ୍ତସନ୍ତ ହେଉଥିବା
ଗରିବ ଗୁରୁବାଙ୍କର ଗଢ଼େ …ଗଣ୍ଠୁଲି ଗହଣା
ବସନ୍ତରେ ବଉଳ ବଉଳେ ବନେ
ମଧୁକୁଞ୍ଜ ମଞ୍ଜୁଳ ମହୀରେ
ଶୋଭା ଶିରୀ ଶିଖର
ଛୁଇଁ…ଛୁଟାଏ ଛବିଳ ଛଟା ଛନ୍ଦେ ଛନ୍ଦେ
କୁଉ…କୁଉ…କରେ କୋଇଲି
କଳ କଳ କଲ୍ଲୋଳିତ କଣ୍ଠ କମନୀୟ
ପ୍ରେମ ପ୍ରୀତିର ପୀୟୂଷ ପାଇ
ପ୍ରିୟ ପ୍ରିୟାର ପ୍ରତୀକ୍ଷାରେ ପଡ଼େ ପୂର୍ଣ୍ଣଚ୍ଛେଦ
ଋତୁରାଜ ରୂପେ ରୂପାନ୍ତର
ଭୁବନେ ଭବନେ ଭରିଯାଏ ଭାବ ଭାଷା
ରସମୟେ ରାସ ରଚେ ଋତୁରାଜ…।

     ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *