ଡିସେମ୍ବର ୬ରେ କୋଣାର୍କ ପଥଉତ୍ସବ; ଉନ୍ମୋଚିତ ହେଲା ମାସ୍କଟ ” ଚିତ୍ରା’
କୋଣାର୍କ,୧୫.୧୧: କୋଣାର୍କ ଉତ୍ସବକୁ ଆହୁରି ସରସ ସୁନ୍ଦର କରିବାକୁ ଚଳିତ ବର୍ଷ କରାଯିବ ନୂଆ ପ୍ରୟାସ । କୋଣାର୍କ ପଥ ଉତ୍ସବ କମିଟି ପକ୍ଷରୁ ଆୟୋଜନ ହେବ ଏହି ନିଆରା ପଥଉତ୍ସବ । ରାସ୍ତାରେ କରାଯିବ ବିଭିନ୍ନ ନୃତ୍ୟ ଓ ସଙ୍ଗୀତର ପରି ବେଷଣ । କାକଟପୁର, କୋଣାର୍କ, ନିମାପଡା ଓ ଗୋପର ବୁଦ୍ଧିଜୀବି ମାନଙ୍କୁ ନେଇ କୋଣାର୍କ କଲ୍ୟାଣ ମଣ୍ଡପରେ ଲୋଗୋ ଉନ୍ମୋଚିତ ପରେ ଶନିବାର ସନ୍ଧ୍ୟାରେ ଉତ୍ସବକୁ ଆକର୍ଷଣୀୟ ପାଇଁ ମାସ୍କଟ ଚିତ୍ରା ମଧ୍ଯ ଉନ୍ମୋଚିତ କରାଯାଇଅଛି। କୋଣାର୍କ ଉତ୍ସବ ପରେ ୬ ତାରିଖ ଅପରାହ୍ନରେ କୋଣାର୍କ ପଥ ଉତ୍ସବ ଆୟୋଜିତ ହେବ। ଲୋକନୃତ୍ୟ, ପଲ୍ଲୀନୃତ୍ୟ ସହ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ। ଯାହାର ସମୟ ଏକ ନିର୍ଦ୍ଦିଷ୍ଟ ହେବାକୁ ଥିବା ଦିନର ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ରହିବ । ଏହାକୁ ନିମାପଡା, ଗୋପ, କୋଣାର୍କ ଓ କାକଟପୁରର ଶତାଧିକ ବୁଦ୍ଧିଜିବି ମାନେ ମିଳିତ ଭାବେ ଆୟୋଜିତ କରିବେ । ଏହି ପଥ ଉତ୍ସବ ଦ୍ବାରା କୋଣାର୍କର ଅର୍ଥନୀତି ବଢିବ ବୋଲି ଆୟୋଜକ ମାନେ ଆଶାବାଦୀ ଅଛନ୍ତି ବୋଲି କାର୍ଯକ୍ରମ ପ୍ରବନ୍ଧକ ଅଶୋକ ନନ୍ଦ ସୁଚନା ଦେଇଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜୁ ମହାପାତ୍ର, ପ୍ରତାପ ଗୋଚ୍ଛାୟତ, ପ୍ରତାପ କାଣ୍ଡି, ପ୍ରତାପ ରାଉତ, ଉମେଶ ସ୍ବାଇଁ, ସଚ୍ଚିଦାନନ୍ଦ ଗୋଚ୍ଛାୟତ, ବାମଦେବ ଆଲୁକ, ମଙ୍ଗରାଜ ମୁଦୁଲି, ଜୟଦେବ ମିଶ୍ର, ଜ୍ଞାନ ରଞ୍ଜନ ବିଶ୍ଵାଳ, ପଦ୍ମାଳୟା ଚୌଧୁରୀ, ରିତା ମିଶ୍ର, ରେଣୁ ରାଓ, ସୁମିତ୍ରା ଶିକାରୀ ପ୍ରମୁଖ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ।
