ଭଗବାନଙ୍କ ଭରସାରେ ପଡ଼ି ରହିଛନ୍ତି କୃପାସିନ୍ଧୁ
ଧାମନଗର:୨୨/୧୦- ଧାମନଗର ବ୍ଲକ କଟସାହି ପଞ୍ଚାୟତ ଡ଼ାଙ୍ଗମାଳ ଗ୍ରାମର କୃପାସିନ୍ଧୁ ମହାଳିକ ବୟସ ୨୭ ବୃଦ୍ଧା ବାପା ମା ଙ୍କ ର ମଝିଆ ସନ୍ତାନ ଯେଉଁ ବୟସ ରେ ବୃଦ୍ଧ ବାପା ମା ଙ୍କ ଦାୟିତ୍ୱ ନିଜ କାନ୍ଧ ରେ ଉଠାଇବା କଥା ସେହି ବୟସ ରେ ରୋଗ ଶଯ୍ୟା ରେ ପଡି ୭୦ ବର୍ଷୀୟ ବାପା ମା ଙ୍କ ଉପରେ ବୋଝ ପାଲଟିଛନ୍ତି କୃପାସିନ୍ଧୁ।ଏକ ଅଜଣା ରୋଗ ରେ ପୀଡିତ କୃପାସିନ୍ଧୁ ପ୍ରାୟ ୨ ବର୍ଷ ହେବ ରୋଗ ଶଯ୍ୟା ରେ ଅର୍ଥ ଅଭାବ ହେତୁ ତାଙ୍କର ଚିକତ୍ସା ହେଇପାରୁନଥିବା ତାଙ୍କ ବାପା ଭାବଗ୍ରାହୀ ମହାଳିକ ମା ବୁନା ମହାଳିକ କହିଛନ୍ତି।ଭାବଗ୍ରାହୀ ମହାଳିକ ଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଙ୍କ ଦେହରେ ପ୍ରଥମେ ଗୋଡି ଗୋଡି ଆବୁ ପରି ଦେହ ସାରା ବାହାରିଲା ତାପରେ ଆଖ ପାଖ ରେ ଡାକ୍ତର ଦେଖାଇ ଔଷଧ ଖାଇବା ପରେ ମଧ୍ୟ କୋୖଣସି ପ୍ରତିକାର ମିଳିଲା ନାହିଁ କ୍ରମଶଃ ଏହି ରୋଗ କୃପାସିନ୍ଧୁଙ୍କ ପୁରା ଦେହକୁ ଆକ୍ରମଣ କରି ତାଙ୍କ ଗୋଡ ହାତ ସହ ପୁରା ଶରୀରକୁ ଅଚଳ କରିଦେଲା ସେବେଠାରୁ ସେ ଶଯ୍ୟାଶାୟୀ ଭାବେ ପଡିରହିଛନ୍ତି।ଅର୍ଥ ଅଭାବରୁ ବଡ଼ ଡ଼ାକ୍ତରଖାନାରେରେ ଚିକିତ୍ସା କରିବା ତାଙ୍କ ପାଇଁ ଏକ ପ୍ରକାର ସ୍ୱପ୍ନ ପାଲଟି ଯାଇଛି।ଏହି ବୟସ ରେ ତାଙ୍କ ବାପା ମୁଲ ଲାଗି ତିନି ପ୍ରାଣୀ ଙ୍କ ପେଟ ପୋଷୁଛନ୍ତି। ଏପରି ଅସହାୟ ଅବସ୍ଥା ରେ ବୃଦ୍ଧା ଦମ୍ପତି ଭଗବାନ ଙ୍କ ଭରସା ରେ ରହି ପୁଅ ର ଭଲ ହେବା କୁ ଚାହଁ ରହିଛନ୍ତି।ତାଙ୍କ ପୁଅ କୁ ଭଲ କରିବାକୁ ସେ ବିନମ୍ର ଅନୁରୋଧ କରି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସରକାରୀ ସାହାଯ୍ୟରେ ତାଙ୍କ ପୁଅକୁ ଭଲ କରାଇଦିଅନ୍ତୁ ବୋଲି ନିବେଦନ କରିଛନ୍ତି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
