କୁରୁଜଙ୍ଗରେ ଡାକ ମେଳାକୋଣାର୍କ

କୁରୁଜଙ୍ଗରେ ଡାକ ମେଳାକୋଣାର୍କ – ପୁରୀ ଜିଲ୍ଲା ନିମାପଡ଼ା ଡାକ ସବ୍ ଡିଭିଜନ କାର୍ଯ୍ୟଳୟ ପକ୍ଷରୁ କୋଣାର୍କ ନିକଟସ୍ଥ କୁରୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସଚେତନତା କାର୍ଯକ୍ରମ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ପୁରୀ ଜିଲ୍ଲା ବରିଷ୍ଠ ଡାକ ଅଧିକ୍ଷକ ଜଗଦୀଶ ଦାଶ, ସରପଞ୍ଚ ରୂପାଲି କାଣ୍ଡି, ଡାକ ନିରୀକ୍ଷକ ରମାକାନ୍ତ ଭୋଇ ପ୍ରମୁଖ ଯୋଗ ଦେଇ ଡାକ ବିଭାଗର ସମସ୍ତ ସୁବିଧା, ସହଯୋଗ ଓ ଯୋଜନା ଉପରେ ଉପସ୍ଥିତ ଶତାଧିକ ମହିଳା ଓ ବ୍ୟକ୍ତିବିଶେଷ ମାନଙ୍କୁ ସଚେତନତା କରିଥିଲେ। ଡାକ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ଯଥା କିଷାନ ବିକାସ ପତ୍ର, ସଞ୍ଚୟ ଖାତା, କ୍ଷୁଦ୍ର ସଞ୍ଜୟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଗ୍ରାମୀଣ ଡାକ ବିମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜାତୀୟ ସଂଚୟ ସାର୍ଟିଫିକେଟ, ପିପିଏଫ୍, ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍, ମୋବାଇଲ ବ୍ୟାଙ୍କିଙ୍ଗ, ଆଧାର ସେବା, ପାସପୋର୍ଟ ସେବା, ପେନସନ ଯୋଜନା ଆଦି ଉପରେ ବ୍ୟାପକ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡାକ ତତ୍ତ୍ୱାବଧାରକ ସନ୍ତୋଷ କୁମାର ଦାଶ, ଅକ୍ଷୟ କୁମାର ଗଜେନ୍ଦ୍ର, କୁରୁଜଙ୍ଗ ପୋଷ୍ଟ ମାଷ୍ଟର ମଧୁସ୍ମିତା ମଲ୍ଲିକ, ବାଲିଦୋକାନ ପୋଷ୍ଟ ମାଷ୍ଟର ପରମେଶ୍ବର ନାୟକ ଓ ଭାଗ୍ୟଶ୍ରି ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *