ନିମାପଡ଼ା ବଳଙ୍ଗା 44 କୋଟିର ରାସ୍ତାର ରାତି ଅଧିଆ କାର୍ଯ୍ୟ

ନିମାପଡ଼ା ବଳଙ୍ଗା 44 କୋଟିର ରାସ୍ତାର ରାତି ଅଧିଆ କାର୍ଯ୍ୟ । ଦିନରେ କଲଭର୍ଟ ଫାଟରେ ସିମେଣ୍ଟ ଘୋଳା ପ୍ୟାଚ। ନିମାପଡ଼ା, (ତୀର୍ଥକ୍ଷେତ୍ର ) ନିମାପଡ଼ା ବଳଙ୍ଗା ରାସ୍ତାର ରାତି ଅଧିଆ କାର୍ଯ୍ୟ । ଦିନରେ କଲଭର୍ଟ ଫାଟରେ ସିମେଣ୍ଟ ଘୋଳାର ପ୍ୟାଚ ପଡୁଛି। ଏ ଚିତ୍ର ହେଉଛି ବଳଙ୍ଗା ବାୟାବର ପେଟ୍ରୋଲ ପମ୍ପ ନିକଟରେ ଚାଲିଥିବା କଲଭର୍ଟ କାର୍ଯ୍ୟର। 44 କୋଟିର ରାସ୍ତାର ଏଭଳି କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ତଦାରଖ କରୁଥିବା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସମ୍ପୂକ୍ତ ଠିକା ସଂସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ନେଇ ନିମାପଡ଼ା- ବଳଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ତ୍ବରିତ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବୀ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ପୂର୍ତ୍ତ ବିଭାଗର ଖାମଖିଆଲ ମନୋବୃତି କାରଣରୁ ନିମାପଡ଼ା-ବଳଙ୍ଗା ରାସ୍ତା କାମ ଧୀର, ମନ୍ଥର, ଉତ୍ସାହବିହିନ, ଅତ୍ୟନ୍ତ ବେପରୁଆ ଭାବରେ ନିର୍ମାଣ କାର୍ଯ୍ୟ ଚାଲିଛି। ଆଜି ଜଦି କାମ ଗୋଟେ ଯାଗାରେ କଲେ କାଲି ଆଉ ଗୋଟିଏ ଯାଗାରେ କରୁଛନ୍ତି ସ୍ଥାନୀୟ ନକ୍ଷେତ୍ର ମଣ୍ଡପ ଯାଏଁ ରାସ୍ତା କଂକ୍ରିଟ ହୋଇ ଆସିଲା କିନ୍ତୁ କେନାଲ ବ୍ରିଜକୁ ସଂଯୋଗ ନହୋଇ ଅଧାପନ୍ତରିଆ ଭାବେ ଛାଡ଼ି ଦିଆଗଲା। ବ୍ରିଜର ଅପର ପ୍ରାର୍ଶ୍ଵରେ ବାଳିକା ହାଇସ୍କୁଲ , ନାୟକ ସାହି, ପ୍ରାଣୀ ଧନ ଚିକିତ୍ସାଳୟ, ଆରଡ଼ି ଏସ.ସିଙ୍କ ଅଫିସ , ଶିଶୁ ଉଦ୍ୟାନ , ଟାଉନହଲ, ପୂର୍ତ୍ତ ବିଭାଗ, ଦମକଳ କେନ୍ଦ୍ର ଓ ଗୁରୁତ୍ବ ପୁଣ୍‌ର୍ଣ ବ୍ଲକ ସମସ୍ତ କାର୍ଯ୍ୟାଳୟ ରହିଛି। ଉକ୍ତ ରାସ୍ତା,ପାଶ୍ବରେ ରାଜ୍ୟସରକାରଙ୍କ ଗୁରୁତ୍ବ ପୂର୍ଣ୍ଣ ଅଫିସ ଗୁଡ଼ିକ ରହିଛି କିନ୍ତୁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତା ଦେଇ ଯାତାୟତ କରିବାପାଇଁ ଲୋକମାନେ ଭୟ କରୁଛନ୍ତି। ପୁର୍ତ୍ତ ବିଭାଗ ଅବହେଲାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନାହିଁ। ବ୍ଲକ ଛକ ଠାରୁ ଡ଼େଲଟା ଛକ ପର୍ଯ୍ୟନ୍ତ ରାସ୍ତା ଖାଲ ଖମାରେ ପରିଣିତ ହୋଇଛି। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ସ୍ଥାନୀୟ ଅଂଚଳ ବାସିନ୍ଦା ମାନେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *